STORYMIRROR

Usharani Sahoo

Tragedy

3  

Usharani Sahoo

Tragedy

ତୁମକୁ ପାରୁନି ଭୁଲି

ତୁମକୁ ପାରୁନି ଭୁଲି

1 min
157


ଜୀବନରେ କିଛି ନଥିଲି ମୁଁ ଶିଖି

ଆସିଲ ଜୀବନେ ମୋର

ଶୂନ୍ୟ ହୃଦୟରେ ପ୍ରାଣ ଭରିଦେଲ

କରିଲ ମୋତେ ନିଜର।


ପ୍ରତି ମୁହୂର୍ତ୍ତରେ ଖୋଜୁଥିଲ ମୋତେ

ମୋ ବାଟକୁ ଥିଲ ଚାହିଁ

ଆର ଜନମରେ ଦେଖା ହେବ ଥରେ

କହୁଥିଲ ସଦା ତୁହି।


ପ୍ରୀତି ବନ୍ଧନରେ ବାନ୍ଧି ହୋଇ ଦୁହେଁ

ଗଢ଼ିବା ନୂଆ ଦୁନିଆ

ଯେତେ ବାଧା ବିଘ୍ନେ ଛାଡିଵନି ହସ୍ତ

ପାଖରେ ହୋଇଣ ଠିଆ।


ହେଲେ ଆଜି କିଆଁ ମନ ବଦଳିଲା

କରିଦେଲ ମୋତେ ପର

କଥା ଦେଇ କଥା ରଖିଲନି ଜମା

ଛାଡିଦେଲ ହାତ ମୋର।


ଅଧା ଵାଟେ ତୁମେ ଛାଡ଼ିଦେଲ ମୋତେ

ହୋଇଗଲି ମୁହିଁ ଏକା

ତୁମ ବିନା ସାଥି ଵଞ୍ଚିଵି କେମିତି

ଜୀବନଟା ଲାଗେ ଫିକା।


ଜୀବନରେ କେବେ ଭାବି ମୁଁ ନଥିଲି

ପରକରି ଚାଲିଯିବ

କି ଅବା ଦୋଷ ମୁଁ କରିଥିଲି ସତେ

ଏମିତି ଯେ ଦଣ୍ଡ ଦେବ।


ଅତୀତର ସ୍ମୃତି ପାଶୋରି କି ଦେଲ

ମନରୁ କରିଲ ଦୂର

ଏତେ ସ୍ୱାର୍ଥପର କେମିତି ସାଜିଲ

ବିଶ୍ୱାସରେ ବିଷ ଦେଲ।


ତୁମେ ସିନା ସାଥି ଭୁଲିଗଲ ମୋତେ

ନିଷ୍ଠୁର ହୋଇଲ ସତେ

ହେଲେ ମୁଁ ଜୀବନେ ଭୁଲି ନାହିଁ କେବେ

ଵଞ୍ଚିଵି ମରୁଛି ଏବେ।


ଅନ୍ଧ ଭଳି ଭାବେ ବିଶ୍ୱାସ ମୁଁ କଲି

ପ୍ରୀତିଭରା ମିଥ୍ୟା କଥା

ଉପହାର ସମ ଧୋକ୍କା ଦେଇଦେଲ

କରିଦେଲ ମୋତେ ଏକା।


ଯେତେ ଚେଷ୍ଟା କଲେ ବେଶୀ ମନେପଡେ

ତୁମର ଅଭୁଲା ସ୍ମୃତି

ସେହି ସ୍ମୃତି ନେଇ ଜଳୁଛି ମୁଁ ଆଜି

ହୃଦୟ ଯାଉଛି ଫାଟି।


ଶୟନେ ସପନେ ଅବା ଜାଗରଣେ

ତୁମକୁ ହେଉଛି ଭାଳି

ହୃଦ ମନ୍ଦିରରେ ଛବି ସଦା ଆଙ୍କେ

ପାରୁନି ତୁମକୁ ଭୁଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy