STORYMIRROR

Usharani Sahoo

Inspirational

4  

Usharani Sahoo

Inspirational

ଆସିଛି ହୋଲି

ଆସିଛି ହୋଲି

1 min
272


ଫଗୁଣ ଆଣିଛି ଫଗୁର ଅବିର

ସପ୍ତରଙ୍ଗ ସାଥେ ଧରି

ନାଲି ନେଳି ସହ ହଳଦି ରଙ୍ଗକୁ

ଗଗନେ ସଜ୍ଜିତ କରି।


ଚଉଦିଗେ ଆଜି ରଙ୍ଗର ରଙ୍ଗୋଲି

ଆହା କେଡ଼େ ମନଲୋଭା

ରଙ୍ଗ ବେରଙ୍ଗର ବସନ ଭୂଷଣ

ପ୍ରକୃତି ଦିଶଇ ଶୋଭା।


ବରଷକେ ଥରେ ଆସିଅଛି ହୋଲି

ରଙ୍ଗର ପସରା ମେଲି

ଘଣ୍ଟ ମୃଦଙ୍ଗରେ ପ୍ରକମ୍ପିତ ହୁଏ

ଖୁସିର ଲହରୀ ଖେଳି।


ଦୋଳ ସିଂହାସନୁ ଓହ୍ଲାଇ ଆସିଛି

ଖେଳିବ କଳା କହ୍ନାଇ

ରାଧା ମାଇଁ ସଙ୍ଗେ ଭାଵର ପୀରତି

ଜଗତ ରହିଛି ଚାହିଁ।


ମନୁ ରାଗ ରୋଷ ତ୍ୟାଗ କରି ଦେଇ

ବୋଳିବା ହୋଲିର ରଙ୍ଗ

ବନ୍ଧୁତା ସମ୍ପର୍କେ ବାନ୍ଧି ହୋଇ ଆମେ

ଗଢ଼ିବା ପ୍ରୀତିର ଭାବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational