STORYMIRROR

Usharani Sahoo

Tragedy

3  

Usharani Sahoo

Tragedy

ନୀରବତା

ନୀରବତା

1 min
213

ବେଳେବେଳେ ଲାଗେ ନୀରବତା ପଥେ

ରହିଅଛି ଜିତାଵାଜି

କିନ୍ତୁ ଏହି ନୀରବତା ପଥରୋଧ କରେ

ପାଦକୁ ଦିଅଇ ରୋକି।


ଅସ୍ଥିର ମନର ଅକୁହା ବେଦନା

କହେ ଏହି ନୀରବତା

କିନ୍ତୁ ବେଳେବେଳେ ରହିଯାଏ ତାହା

ହୃଦୟ ଗୋପନେ କଥା।


ନୀରବତା ଆମ ପରିଚୟ ଦିଏ

ସରଳ ନିଷ୍ପାପ ମନ

ଅସ୍ପଷ୍ଟ ଅବ୍ୟକ୍ତ ଅସହାୟତାରେ

ଉଠାଏ ଯେ ପ୍ରଶ୍ନ ଚିହ୍ନ।


ସେହି ନୀରବତା ମଧ୍ୟେ ରହିଅଛି

ଅନେକ ଯନ୍ତ୍ରଣା ଗାଥା

ଶାନ୍ତିର ଲହରୀ ଖେଳିଯାଏ ମନେ

କହିଦିଅ ଯେବେ କଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy