STORYMIRROR

Minakumari Tahala

Tragedy

5  

Minakumari Tahala

Tragedy

ମେଘ ରାଣୀର ଲୁହ

ମେଘ ରାଣୀର ଲୁହ

1 min
539


ମେଘ ରାଣୀ ମୁଁ ଯେ ଲୁହ ଝରାଇବା

ବିହିତ ଲେଖିଛି ସତେ

କେତେ ନିର୍ଯ୍ୟାତନା ଏ ଦେହ ସହିଛି

ପଚାର ନି ଆଉ ମୋତେ।


ଘଡଘଡି ର କଟୁ ବାକ୍ୟ ର ପ୍ରହାର

ବିଜୁଳି ଜ୍ୱାଳାର ତାତି

ଏ ହୃଦୟ ଆକାଶେ କୁଆର ପଥର

ପରିକା କରିଛି ଛାତି।


ଝଡ଼ର ପ୍ରକୋପେ ପବନର ଛାଟେ

ପାହାଡ଼ ଶିଖରେ ବାଜି

ପରି ରାଇଜରେ ସପନ ପରିକା

ବାତ୍ୟା ରେ ଯାଏ ମୁଁ ହଜି।


ଧାରା ଶ୍ରାବଣ ର ଭରା ବଉଦରେ

ଜୁଆର ଉଠିଛି କେତେ

କ୍ଷଣିକେ ବିଲୁପ୍ତ ବୁଦ ବୁଦ ପରିକା

ଭସାଇ ନେଇଛି ମୋତେ।


ମୋତେ ବି ଛୁଇଁଛି ଧରା ଭଅଁର ଟି

ସବୁଜ ପତ୍ର ରେ ଛନ୍ଦି

ଯିଏକି ଜିଣିଛି ପ୍ରେମ ରେ ଜଗତ

ତା ଲାଗି ଝରୁଛି କାନ୍ଦି।


ଏ ଦେହ କୁ କିଏ କେତେ ବା ଲୁଟିଛି

ନଦୀ, ବନ୍ଧ, ବାଡ଼ ବାନ୍ଧି

ହିସାବ ରଖିନି କହିକି ପାରିବି

ପଚାର ନି ମୋତେ ଆଜି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy