STORYMIRROR

Minakumari Tahala

Inspirational

4  

Minakumari Tahala

Inspirational

ଶ୍ରେଷ୍ଠ ବନ୍ଧୁ ********ଓଡିଆ ଜାତିର ତୁମେ ଶ୍ରେଷ୍ଠ ବନ

ଶ୍ରେଷ୍ଠ ବନ୍ଧୁ ********ଓଡିଆ ଜାତିର ତୁମେ ଶ୍ରେଷ୍ଠ ବନ

2 mins
10


ଓଡିଆ ଜାତିର ତୁମେ ଶ୍ରେଷ୍ଠ ବନ୍ଧୁ 

ପୂଜ୍ୟ ଗୋପବନ୍ଧୁ ଦାସ 

ହେ ଦେଶ ସେବକ କବି ଓ ଲେଖକ 

ରଚିଗଲ ଇତିହାସ।

ଓଡ଼ିଶା ରାଜ୍ୟ ର ପୁରୀ ଜିଲ୍ଲାର 

ସୁଆଣ୍ଡୋ ଗ୍ରାମ ରେ ଜନ୍ମ 

ପିତା ଦଇତାରୀ ମାତା ସ୍ବର୍ଣ୍ଣମୟୀ ଦେବୀ 

ଅଟନ୍ତି ଯେ ଭାଗ୍ୟ ବାନ।

ଓଡିଆ ଜାତିର ଗର୍ବ ଗୈାରବ 

ଜନ୍ମି ଛନ୍ତି ଏହି ମର୍ତ୍ତ୍ୟ ରେ 

କେତେ ସୈାଭାଗ୍ୟ ପିତା ମାତା ତାଙ୍କ 

ପାଇ ଛନ୍ତି ତାଙ୍କୁ କୋଳରେ।

ଅଠର ଶହ ସତ ସ୍ତୋରୀ ମସିହା 

ଅକ୍ଟୋବର ନଅ ତାରିଖରେ 

ମହାନ୍ ପୁରୁଷ ଗୋପବନ୍ଧୁ ଦାସ 

ଜନ୍ମ ନେଲେ ପୂଣ୍ୟ ମାଟି ରେ।

ଦୁର୍ଭାଗ୍ୟ ବଶତଃ ପିଲାଟି ଦିନରୁ 

ମାତା ଙ୍କୁ ଯେ ହରାଇଲେ 

ପିଉସୀ କମଳା ଦେବି ଙ୍କ କୋଳରେ 

ଅତି ଯତ୍ନରେ ବଢ଼ିଲେ।

ସତ ଆଦର୍ଶ ରେ ପିଲାଟି ବେଳରୁ 

ଗଢି ସୁନ୍ଦର ଜୀବନ 

ଭଲ କାମ କରି ଦେଶ ଓ ଜାତିର 

ରଖିଲେ କେତେ ଯେ ମାନ।

ଓଡ଼ିଶା ରାଜ୍ୟ ଓ ଭାଷା ର ସମ୍ମାନ 

ଉଚ୍ଚ ରେ ରଖିବା ପାଇଁଁ 

ସଦା ସର୍ବଦା ସଂଗ୍ରାମ କରିଲେ 

ଜୀବନ କୁ ବାଜି ଲଗାଇ।

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ଉଦ୍ଦେଶ୍ୟ ନେଇ 

କେତେ ଦୁଃଖ କଷ୍ଟ ସହ୍ୟ କରି ଥିଲେ 

ତାହାର ତୁଳନା ନାହିଁ ।

ସେବା ଆଦର୍ଶ ର ମାର୍ଗ ରେ ଜଡିତ 

ହେବା ପାଇଁ ଯୁବ ପିଢୀ 

ପୁରୀ ସେବା ଆଉ କର୍ତ୍ତବ୍ୟବୋଧିନୀ ସମିତି ଥିଲେ ଯେ ଗଢି।

ମାନବ ହୃଦୟେ ଭରି ଦେବାପାଇଁ 

ଦେଶ ପ୍ରେମର ବାର୍ତ୍ତା 

ରଚି ଯାଇଛନ୍ତି ଦେଶାତ୍ମବୋଧକ 

କାଳ ଜୟୀ କେତେ କବିତା ।

ବିଶେଷ ରଚନା କାରାକବିତା, ଧର୍ମ ପଦ 

ଅବକାଶ ଚିନ୍ତା, ଚିଲିକା 

ବନ୍ଦୀର ଆତ୍ମକଥା ସମାଜ ନାମକ 

ବିଶିଷ୍ଟ ସାହିତ୍ୟ ପତ୍ରିକା।

ସତ୍ୟବାଦୀ ବନବିଦ୍ୟାଳୟ ଟି ଏ

ଯାହାର ତୁଳନା ନାହିଁ 

ଗଢି ତୋଳି ଦେଲେ ଓଡ଼ିଆ ଭାଷା 

ଶିକ୍ଷା ର ବିକାଶ ପାଇଁ ।

ସେ ଥିଲେ ଜଣେ ଶ୍ରେଷ୍ଠ ଶାସକ 

ଓ ପ୍ରିୟ ଜନ ନାୟକ 

ସୁନାମ ଧନ୍ୟ ଆଦର୍ଶ ଶିକ୍ଷକ

ସେବା ର ମହାନ ପ୍ରତୀକ।

ଦିନେ କୁଶଭଦ୍ରା ନଇ ଘାଇ ଭାଙ୍ଗି 

ବନ୍ୟା ଯେ ଉପୁଜି ଥିଲା 

ବନ୍ୟା ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା ର

ହା ହା କାର ଶୁଭୁଥିଲା ।

ସେହି ସମୟରେ ପୂଜ୍ୟ ଗୋପବନ୍ଧୁ 

ଚୁଡ଼ା ଚାଉଳ ଯେ ଧରି 

ବନ୍ୟା ପିଡୀତ ଙ୍କୁ ସେବା ଉଦ୍ଦେଶ୍ୟରେ 

ଘରୁ ପଡ଼ିଲେ ବାହାରି ।

ଏକମାତ୍ର ପୁତ୍ର ସନ୍ତାନ ତାଙ୍କର 

ରୋଗରେ ପୀଡିତ ଥିଲେ 

ଭ୍ରୁକ୍ଷେପ ନ କରି ସେବା କାର୍ଯ୍ୟରେ 

ନିଜକୁ ସମର୍ପି ଦେଲେ।

ସେବା ର ପ୍ରତୀକ ମୂର୍ତ୍ତିମନ୍ତ ଦେବ

ବିଶ୍ଵ ବାସୀଙ୍କ ର ବନ୍ଧୁ 

ସୁଯୋଗ୍ୟ ସନ୍ତାନ ଉତ୍କଳ ମଣି 

ନାମ ପୂଜ୍ୟ ଗୋପବନ୍ଧୁ।

ସେହି ପୂଜ୍ୟ ଦେବତାଙ୍କ ଚରଣେ ଶରଣ 

ଆଜି ଏ ଉତ୍କଳ ବାସୀ 

ଗର୍ବ ରେ କହୁ ଆମେ ଓଡ଼ିଆ ଭାଷା ବଢିଆ

ଫୁଲାଇ ନିଜର ଛାତି ।



Rate this content
Log in

Similar oriya poem from Inspirational