STORYMIRROR

Minakumari Tahala

Fantasy

3  

Minakumari Tahala

Fantasy

ସ୍ମୃତି

ସ୍ମୃତି

1 min
136


 ସ୍ମୃତି ତୁମେ ମୋର ମନ ଗହନର 

ରଙ୍ଗିନ ପ୍ରଜାପତି 

ଯୈାବନ ଦୁଆରେ ଆସି ଠିଆ ହୁଅ

ନେଇ ସୁଖ ଅନୁଭୁତି।

ତୁମେ କେବେ ସ୍ମୃତି ରଙ୍ଗ ବେରଙ୍ଗର 

ଚଇତି ବାଆ ରେ ଆସ

କେବେ ଶ୍ରାବଣର ବରଷା ଧାରରେ 

ମୋତେ କରି ଥାଅ ସ୍ପର୍ଶ।

କେବେ ସ୍ମୃତି ତୁମେ ଫଗୁଣ ଫୁଲ ରେ 

ମହମହ ହୋଇ ବାସ 

କେବେ ନଇପଠା ବାଲୁକା ବେଳା ର

ମୁରୁକି ମୁରୁକି ହସ।

ତୁମେ କେବେ ସ୍ମୃତି ଚାନ୍ଦିନୀ ରାତି ର

 ରୂପା କିରଣ ର ଜ୍ୟୋତି 

କେବେ ପୁଣି ତୁମେ ସାଗର ଗର୍ଭରେ 

ସାଇତା ଅମୂଲ୍ୟ ମୋତି।

ତୁମେ କେବେ ସ୍ମୃତି ନୀଳ ଆକାଶ ର

ଦୂର ଦିଗବଳୟ ଛାଇ 

କେତେ ବେଳେ ଆସି ହୃଦୟ କୁ ପୁଣି ବାରଂବାର ଦିଅ ଛୁଇଁ।

ତୁମେ ସ୍ମୃତି ମୋର ଅତି ଆପଣାର 

କବିତା ଫୁଲର ମାଳା

ମହକିତ ହୋଇ ଗଳାରେ ଝୁଲୁଛି 

ହୋଇ ପୁଣି ସୁନା ବଳା।

ଏହି ସ୍ମୃତି ମୋର ବିଗତ ଦିନର 

ଅଭୁଲା ସେ ଅନୁଭୁତି 

ସାଗର ବେଳାରେ ପ୍ରତି ମୁହୁର୍ତ୍ତ ରେ 

ଖୋଜୁଛି ବସି ମୁଁ ନୀତି।

ସ୍ମୃତି ମୋ ଜୀବନ ଅଟଇ ମୋ ପ୍ରାଣ 

ଏହି କଥା ଟି ଭୁଲି ନାହିଁ 

ବିସ୍ତୃତି ଗର୍ଭ ରୁ ସାଉଁଟି ଆଣି ଛି 

ହୃଦୟେ ରଖିବା ପାଇଁଁ।

ତେଣୁ ସ୍ମୃତି ପରା ଅତି ଆବଶ୍ୟକ 

ଆଗକୁ ବଢ଼ିବା ପାଇଁ 

ସ୍ମୃତି ବିନା କେବେ ଜୀବନ କି ଅଛି

 ସ୍ମୃତି ଯେ ମହାନ୍ ଅଟଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy