STORYMIRROR

Dr. Rajib Lochan Panigrahy

Children Stories Classics Fantasy

4  

Dr. Rajib Lochan Panigrahy

Children Stories Classics Fantasy

ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା

ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା

1 min
3


ମର୍ଯ୍ୟାଦା ପୁରୁଷୋତ୍ତମ କହିଲେ

ଆପେ ନୁଇଁଯାଏ ମଥା

ହେ ଶ୍ରୀ ରାମ ତୁମ ନାମ ତୁଣ୍ଡେ

ଆପେଆପେ ଆସେ

ଆଉ ଏ ଧରା ଧାମେ ଜନମି ନାହୁଁ

କେହି ତୁମ ଭଳି ଜଣେ

କେହି କହିନାହିଁ ବଚନ ରହୁ

ଗଲେ ଯାଉ ପ୍ରାଣ ପଛେ

ପିତୃ ସତ୍ୟ ପାଳିବାକୁ ଯାଇଥିଲ

ତୁମେ ଘୋର ବନ 

ଭାଇକୁ ଦେଇ ରାଜ ସିଂହାସନ

ବନେ କରିଲ ବିଚରଣ

ମାଆ ଙ୍କୁ ରଖିଲ ମନେ ଦେଇ

ବହୁ ସନମାନ 

ରାଜ୍ୟ ବାସୀ ଙ୍କ ହୃଦୟେ ରହିଲ

ସଦା ନିରନ୍ତର

ଶ୍ରୀହୀନ କରିଲ ଅଯୋଧ୍ୟା ନଗରୀ 

ଭାରତକୁ କରି ରାଜା

ଧନ୍ୟ ସେ ଭାଇ ଭରତ ହେଲ ଧନ୍ୟ

ଦେଖାଇ ତୁମ ପରାକାଷ୍ଠା 

ବିଳପି ତୁମକୁ ତେଜିଲ ରାଜାସନ

ରଖି ରାମଙ୍କ କଠଉ ଭରସା

ପର୍ଣ୍ଣ କୁଟିରେ ରୁଷି ର ଜୀବନ ବିତାଇ

ରହିଲ ବରଷ ବାରଟା 

ହେ ପ୍ରଭୁ ରାମଚନ୍ଦ୍ର ଧନ୍ୟ ତୁମେ 

ରଖିଲ ବନ୍ଧୁ ସନମାନ

ଦୁଷ୍ଟ ନିବାରି ସନ୍ଥ ପାଳି ତୁମେ 

ଧରାକୁ କଲ ଉଶ୍ୱାସ

ପାଷାଣୀ ଅହଲ୍ୟା ଉଦ୍ଧାରୀତୁମେ 

କେଉଟକୁ ଦେଲ ମନ

ଶବରୀ ଅଇଁଠା ଖାଇ ଦେଲ ତାକୁ 

ତାର ଅପେକ୍ଷାର ମୂଲ

ଦୁଷ୍ଟ ରାବଣ ମାରି ଧରାକୁ ତୁମେ 

କରିଲ ଉଶ୍ୱାସ

ମାତା ସୀତାଙ୍କୁ ଉଦ୍ଧାରୀ ଆଣି 

ରଖିଲ ତାଙ୍କ ଇଜ୍ଜତ

ପଶୁ ପକ୍ଷୀଙ୍କୁ କରି ଆଦର

ତୁମେ ଦେଲ ଜଣେଇ

ଅଟ ତୁମେ ମର୍ଯ୍ୟାଦା ପୁରୁଷୋତ୍ତମ

ତୁମ ମନ୍ଦିରକୁ କେହି କରିଥିଲା ନିଶ୍ଚିହ୍ନ

ଏବେ ଆସିଲା ତାର ସମୟ

ଭବ୍ୟ ମନ୍ଦିର ହେଲା ତିଆରି ହେଲା 

ପ୍ରାଣ ପ୍ରତିଷ୍ଠା ତାହାର 

ସାରା ବିଶ୍ୱ କରି ଏବେ ମଥା ନତ 

ଦେଖି ତୁମ ନୂଆଁ ମନ୍ଦିର 

ଗଗନ ପବନ ଏବେ ପ୍ରକମ୍ପିତ ଦେଇ 

ନାରା ଜୟ ଶ୍ରୀ ରାମ ।



Rate this content
Log in