ଘରେ ଘରେ ତ୍ରିରଙ୍ଗା
ଘରେ ଘରେ ତ୍ରିରଙ୍ଗା
ତ୍ରିରଙ୍ଗା ଉଡ଼ୁଛି ପ୍ରତି ଘରେ ଆଜି
ଉଡ଼ୁଛି ସବୁ କାର୍ଯାଳୟେ
ଉଡ଼ୁଛି ଉଡ଼ିବ ତ୍ରିରଙ୍ଗା ଆମର
ଯୁଗଯୁଗ ଉଡୁଥିବ l
କେତେ ସୁର ବୀର ଦେଇ ବଳିଦାନ
କରିଲେ ଆମକୁ ସ୍ୱାଧୀନ
କେତେ ସଂଗ୍ରାମୀଙ୍କ ସଂଗ୍ରାମ ବଳରେ
ଦେଶ ହୋଇଥିଲା ସ୍ୱାଧୀନ l
ତ୍ରିରଙ୍ଗା ଦେଖିଲେ ମନେ ପଡେ ସେହି
ସଂଗ୍ରାମୀ ଜୀବନ ଗାଥା
ସେମାନେ ଆମର ସଦା ନମସ୍ୟ
ଆପେ ନଇଁଯାଏ ମଥା l
ତ୍ରିରଙ୍ଗା ତଳେ ଠିଆ ହୋଇଥିଲେ
ଆପେ ପଡ଼ିଯାଏ ମନେ
ଫିରିଙ୍ଗି ହାତରୁ କିପରି ଏ ଦିନ
ସେବେ ଦେଖିଥିଲୁ ଆମେ l
ସେ ସଂଗ୍ରାମୀ ରକ୍ତ ଏବେବି ବହୁଛି
ସବୁ ଭାରତୀୟ ଦେହେ
ଏବେ ବି ଚାଲିଛି ଶତ୍ରୁଙ୍କ ଚକ୍ରାନ୍ତ
ଦେଶକୁ ଜିତିବେ ହେଳେ l
ଜାଗ୍ରତ ପ୍ରହରୀ ଆମ ସୈନିକ
ଜଗିଛନ୍ତି ଦେଶ ସୀମା
କେତେ ଯେ ସନ୍ତ୍ରସୀ ଶତତ ଚେଷ୍ଟିତ
ଦେଶକୁ ନେବେ ଅଧୀନ l
ସଂଗ୍ରାମୀର ରକ୍ତ ଦେଶରେ ବହୁଛି
ପ୍ରତି ଭାରତୀୟ ଦେହେ
ଆଜାଦୀର ଅମୃତ ମହୋତ୍ସବ ଏବେ
ପାଳୁଛନ୍ତି ଘରେ ଘରେ l
ପ୍ରତି ଘରେ ଏବେ ଉଡ଼ୁଛି ତ୍ରିରଙ୍ଗା
ଉଡେ ଫର ଫର ହୋଇ
ଜାଗ୍ରତ ସମସ୍ତେ ସ୍ୱାଧୀନ ଭାରତେ
ଜାତୀୟତା ଭାବ ନେଇ l
--------------------------------------
ରାଜୀବ ଲୋଚନ ପାଣିଗ୍ରାହୀ
ସମ୍ପାଦକ - ଶୁଭଶଙ୍ଖ, ଆସିକା
