STORYMIRROR

Dr. Rajib Lochan Panigrahy

Children Stories Classics Inspirational

4  

Dr. Rajib Lochan Panigrahy

Children Stories Classics Inspirational

ତ୍ରିରଙ୍ଗା ଅମର ବଡ଼ ସୁନ୍ଦର

ତ୍ରିରଙ୍ଗା ଅମର ବଡ଼ ସୁନ୍ଦର

1 min
6

ତ୍ରିରଙ୍ଗା ଆମର ବଡ ସୁନ୍ଦର

ତିନି ରଙ୍ଗେ ଶୋଭା ତାର ଶରୀର

ସେ ନୁହେଁ ତିନି ରଙ୍ଗ ଥାଇ

ଯୋଡ଼ା ଖାଲି ଖଦଡ଼

ତାକୁ ଦେଖିଦେଲେ

ସବୁ ଦୁଃଖ ଦୂର ହୁଏ ଆମର l

ଆସିଯାଏ ଭାଇଚାରା ଭାବ

ଜାତି ଧର୍ମ ବର୍ଣ୍ଣ ଭୁଲି ଯାଇ ସବୁ

ହୋଇଯାଉ ଆମେ ସବୁ ଏକାକାର 

ଆମ ଜାତୀୟ ପତାକା ଭାରି ସୁନ୍ଦର l

ତା ତଳେ ରହି ଗାଉଥିଲେ ଗୀତ

ମନଟା ହୁଅଇ ବଡ ମଧୁର,

ତ୍ରିରଙ୍ଗା ଦେଖିଲେ ଆପେ ଉଠେ ହାତ

କରିବାକୁ ସାଲୁଡ଼ ଅବା ନମସ୍କାର,

ନତ ହୁଏ ମଥା ଦେଉ ସମ୍ମାନ l

ତା ତଳେ ଥିଲେ ଯେତେ ବୀର ଗାଥା

ପଡ଼ିଯାଏ ସବୁ ମନେ,

ସଂଗ୍ରାମୀ ଆମର କେତେ ଲଢ଼ିଥିଲେ

କରିଥିଲେ ଆମ ଦେଶ ସ୍ୱାଧୀନ l

ଉଚ୍ଚା ରଖିବାକୁ ତ୍ରିରଙ୍ଗା ଆମର

ଜାଗ୍ରତ ପ୍ରହରୀ ସୈନ୍ୟ ଆମର,

ବୀରତ୍ୱ ସେମାନେ ଦେଖନ୍ତି ସୀମାରେ

ରଖିବାକୁ ସୁରକ୍ଷିତ ଦେଶ ଆମର

ତାଙ୍କର ଅନିଦ୍ରା ପରିବାର ତ୍ୟାଗ

ଶାନ୍ତିରେ ଶୁଆଏ ଘରେ ଆମର l

----------------------------

ରାଜୀବ ଲୋଚନ ପାଣିଗ୍ରାହୀ

ସମ୍ପାଦକ -ଶୁଭଶଙ୍ଖ, ଆସିକା


Rate this content
Log in