ଆହେ ଦୁଃଖ ହାରି
ଆହେ ଦୁଃଖ ହାରି
ଆହେ ଦୁଃଖ ହାରି
ନେଇଯାଅ ଯେତେ ଦୁଃଖ
ଦୁନିଆରୁ ଅପସାରୀ
ଆହେ ଦୁଃଖ ହାରି
ତୁମେତ ଦେଇଛ ସବୁ
ଆମେ ଖାଲି ଭୋଗ କରୁ
ତା ଭିତରେ ରହିଛି
କେତେ ଯେ ଅନ୍ତର ପାନ୍ତର
ମଣିଷ କରୁଛି କେତେ
ଛଳ ଓ କପଟ ବାରି
ଆହେ ଦୁଃଖ ହାରି
ବହିଛ ନାମ ଦୀନବନ୍ଧୁ
ଦିନ ଜନଙ୍କ ବନ୍ଧୁ ବୋଲି
ଅନ୍ତର ଚିହ୍ନୁଛ ତୁମେ
ଅନ୍ତର୍ଯ୍ୟାମୀ ନାମ ବହି
ଆହେ ଦୁଃଖ ହାରି
କାହାକୁ କରୁଛ ତୁମେ
ଐଶ୍ୱର୍ଯ୍ୟ ଦେଇ ରାଜା ପରି
କାହାକୁ କରୁଛ ରଙ୍କ
ସାମାନ୍ୟ ଆବଶ୍ୟକତା ପାଏନି
ତୁମେ ଦେଇଥିବା ସମ୍ପଦ
ଧନ ବଇଭବ ଯୌବନ ପାଈ
କରେ ଗର୍ବ ମତୁଆଲା ହୋଇ
ସବୁ ଦେଖୁଛ ତୁମ୍ବ ପ୍ରଭୁ
ରଖିଛ ଅପଲକ ଚକାଆଖି
ଭକତ ବତ୍ସଲ ହୋଇ
ଭକତର ଦୁଃଖ ସହି
ଆହେ ଦୁଃଖ ହାରି
ଯେ ଡକାଇ ତୁମକୁ
ତାକୁହିଁ ଦେଉଛ ଦୁଃଖ
ସୁଦାମା ଓ ବିଦୁର ପରି
ବଞ୍ଚନ୍ତି ସେମାନେ ଖାଲି
ତୁମେ ସେ ନାମକୁ ଧରି
ଆହେ ଦୁଃଖ ହାରି
ଧନ ଯଉବନ ସୁଖ
ସମ୍ଭୋଗରେ ମତ୍ତ ହୋଇ
ତୁମ ନାମ ଯେ ନ ଧରଇ
ତାକୁ ଅଜାଡ଼ି ଦିଅ ସବୁକିଛି
ଦେଖିପାରୁନାହଁ କି ତୁମେ
ଭକତର ଦଶା ଓ ଦୁର୍ଗତୀ
ମଣିଷ କରି ଦେଇଛ ଜନମ
କରିଛ ଏତେ ଅନ୍ତର ପାନ୍ତର
କେମିତି ବଂଚିବ ଦେହଧରି
ଆହେ ଦୁଃଖ ହାରି
ଏ କଳି କାଳର ମଣିଷ
ଏତେ ଦୁଃଖ ନପାରଇ ସହି
କାହାକୁ ଦେଇଛ ଅଜାଡ଼ି
କାହାକୁ ରଖିଛ ତୁଛ କରି
କି ପ୍ରକାର ନ୍ୟାୟ କରୁଛ
ତୁମେ ହେ ବାଙ୍କ ବିହାରୀ
ଏ ସୃଷ୍ଟିତ ସବୁ ତୁମରି
କରି କରାଉ ଥାଅ ତୁମେ
ତୁମ ବିନୁ ଅନ୍ୟ ଗତି ନାହିଁ
ଆହେ ଦୁଃଖ ହାରି
ଛିଞ୍ଚି ଦିଅ ଅକିଞ୍ଚନେ
ତୁମ କରୁଣା ବାରି
ଦୁଃଖ ଶୋକ ଯେତେ
ଯାଉ ଅପସରି
ସମସ୍ତେ ରହନ୍ତୁ ସୁଖୀ
ଭାତୃଭାବ ମାନେ ଧରି
ଦୁନିଆରୁ ଜେତେ କ୍ଳେଶ
ଭେଦ ଭାବ ଯାଉ ଉଭେଇ
ସମସ୍ତେ ଚାଲନ୍ତୁ ଏଠି
ଏକ ପରିବାର ପରି
ଆହେ ଦୁଃଖ ହାରି
ଚାରିଆଟେ ଦିଶେ ଖାଲି
ପ୍ରହେଳିକା ଛନ୍ଦ କପଟୀ
ବ୍ୟଭିଚାର ଓ ଅବିଶ୍ୱାସୀ
ଯୁଦ୍ଧ ସାଜିଛି ବିଭୀଷିକା
ଜୀବନ ହେଲାଣି କ୍ଷଣସ୍ଥାୟୀ
ସୁଦୟା କର ବାରେ
ଦେଇ ଶୁଭ ଜ୍ଞାନ ବୁଦ୍ଧି
ଚାଲିବାକୁ ଭାତୃଭାବ ନେଇ
ଆହେ ଦୁଃଖ ହାରି |
