STORYMIRROR

Basanti Pattnaik

Classics

3  

Basanti Pattnaik

Classics

ଶକ୍ତି ସ୍ବରୂପା

ଶକ୍ତି ସ୍ବରୂପା

1 min
135

 ଶରତ ଋତୁରେ ଆଗମନ କଲୁ

 ପାର୍ବଣ ଋତୁର ବୀଜ ବୁଣିଲୁ

 ତୋ ଆଗମନେ ଧରଣୀ ହସ‌ଇ

 ଇନ୍ଦ୍ରଧନୁର ଶାଢ଼ୀ ପିନ୍ଧ‌ଇ

 ଶୁଦ୍ଧ ପରିବେଶ ର ହୁଏ ସୃଷ୍ଟି

 ଅପୂର୍ବ ଆନନ୍ଦେ ସରବେ ମାତି

 ବ୍ରହ୍ମା ବରଦାନେ ବଳିୟାନ ହୋଇ

 ମହିଷାସୁର ବର୍ବର କର‌ଇ

 ଦେବତା ଭିତରେ ପଡେ ଭାଳେଣୀ

 ବିଷ୍ଣୁଙ୍କ ଶରଣେ ଅଧିଆ ପଡି

 ବିଷ୍ଣୁ ବରଦାନେ ଆଭାସ ଦେଲେ

 ନାରୀ ହସ୍ତେ ନିଧନ ହେବ ବୋଲିଲେ

 ଅନଳରୁ ଜାତ ଦଶଭୁଜା ମା ଦୁର୍ଗା

 ଅସୀମ ତେଜସ୍କ୍ରିୟ ସମ୍ଭୁତା ମାତା

 ଦିବ୍ୟ ଆଲୋକ ମୟୀ ମା କାତ୍ୟାୟନୀ

 ଜୟ ଜଗଦମ୍ବେ ମା ଅଭୟଦାୟିନୀ

ଡମ୍ବରୁ ତ୍ରିଶୂଳ ଧାରଣୀ ମା

ବୃଷଭ ବାହନ କାରିଣୀ ମା

 ଗଳାରେ ଶୁଭ୍ର ଜ୍ୟୋତି ର ମାଳା

 ଅପୂର୍ବା ବେଶରେ ସୁଶୋଭିତା

ମାଲୋ' ଶମ୍ଭୁ ନିଶୁମ୍ଭ କୁ ନାଶ କଲୁ 

 ତ୍ରିପୁର ବିଜୟୀ ମହିଷାସୁର ବଧ କଲୁ

 ଚଣ୍ଡ ମୁଣ୍ଡ ସମସ୍ତ ପାପ ନାଶ କାରିଣୀ

ସଂସାରରେ ସତ୍ୟ ଶାନ୍ତି ପ୍ରଦାୟିନୀ

 ଶାନ୍ତି କରୁଣା ସତ୍ୟର ଆଶ୍ରିବାଦ ଢାଳି

 ସମସ୍ତଙ୍କ ମନେ ବିଶ୍ବାସ ର ମଞ୍ଜି ବୁଣି

 ଅସତ୍ୟ ପାପ ର ବିନାଶ କାରିଣୀ

 ଅଜ୍ଞାନୀକୁ ଜ୍ଞାନ ପ୍ରଦାୟିନୀ

 ସଦୟା କୃପାମୟୀ ତୁ ସାହା ହୋଇ

 ଭକ୍ତକୁ କରୁଣା ଆଶିଷ ଢାଳି ତୁହି

 ତୋ ଲିଳା ଖେଳା ମା' ଅପୂର୍ବ ମୟୀ

 ମା ଗ‌ଉରୀ ସର୍ବ ଋପା ତୁ ରହସ୍ୟମୟୀ

 ଦଶହରା ରେ  ମା' ତୁ ନେଉ ମେଲାଣି

 ଭକ୍ତି ରସରେ ରେ ବୁଡି ଭକ୍ତ ଦିଏ ବିଦାୟୀ ।             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics