STORYMIRROR

Basanti Pattnaik

Classics Inspirational

3  

Basanti Pattnaik

Classics Inspirational

ଓମ୍ ଶ୍ରୀ ଗଣେଶାୟ ନମ୍ଃ

ଓମ୍ ଶ୍ରୀ ଗଣେଶାୟ ନମ୍ଃ

1 min
193


  ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ

   ଆହେ ସୃଷ୍ଟି କର୍ତ୍ତା ଆବିର୍ଭାବ ହେଲ ହେ।

   ମା ଗୌରୀ ହଳଦି ମଳୁରୁ ପ୍ରଭୁ ସୃଷ୍ଟି ହେଲ,

   ଆଲୋକର ପ୍ରତୀକ ଆହେ ଜ୍ଞାନ ଦେବ।

  ମାତୃ ପୂଜା ରେ ପୁତ୍ର ଦ୍ଵାର ପାଳ ହୋଇଥିଲ,

  ପିତା ଙ୍କୁ ଭିତରକୁ ନ ଛାଡ଼ି ଯୁଦ୍ଧ କଲ।

 ମହାଦେବ ଙ୍କ କ୍ରୋଧ ର ଶିକାର ହୋଇଥିଲ,

  ପିତା ପୁତ୍ର ର କରିଲେ ଶିରଛେଦନ।

 ମା ଗୌରୀ ଏହା ଦେଖୁ ରୋଦନ କରିଲେ,

 ସ୍ବାମୀ ଙ୍କୁ ଶୀର ରୋପିତ ର ଆଦେଶଦେଇଥିଲେ।

  ଗଜଶୀର ଧାରଣ ରେ ଗଜାନନ ହୋଇଲ,

  ଆହେ ଜ୍ଞାନ ଦାତା ଗିରିଜା ନନ୍ଦନ ପ୍ରଭୁ।

 ଏକ ଦନ୍ତାୟ ଗୌରୀ ନନ୍ଦନ ଆଲୋକ ଧାର,

  ତୁମେ ବିଶ୍ଵକର୍ମା ତୁମେ ରଚୟିତା ପ୍ରଭୁ।

  ଅଗ୍ରପୂଜ୍ୟ ହେ ସିଦ୍ଧେଶ୍ୱର ବିଘ୍ନେଶ୍ୱର ଦେବ,

  ରିଦ୍ଧି ବୁଦ୍ଧି ସିଦ୍ଧି ଦାତା ଓମ୍ ଶ୍ରୀ ନମ୍ଃ।

 ତୁମ୍ଭ ବିନା ସବୁ ଅନ୍ଧକାର ହେ ଦୟାମୟ,

  ଆହେ ଜ୍ଞାନ ଦେବ ଗଜାନନ ଗୌରୀ ନନ୍ଦନ।

ଅଜ୍ଞାନୀ କୁ ଜ୍ଞାନ ଅନ୍ଧାର କୁ ଆଲୋକ ଦେଖାଅ,

 ସଂସାର ରେ କୃପା ରଖି କରୁଣା ଢାଳୁଥାଅ।

ଓମ୍ ଶ୍ରୀ ଗଣେଶାୟ ନମ୍ଃ ବିଘ୍ନ ନାଶକ,

ହେ ପ୍ରଭୁ ପ୍ରଣାମ ଜଣାଉଛି ଗ୍ରହଣ କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics