ଗଛ ଲଗାଏ ପକ୍ଷୀ
ଗଛ ଲଗାଏ ପକ୍ଷୀ


କୋଟି କୋଟି ବୃକ୍ଷ ଉଠେ ପୃଥିବୀରେ ଫୁଲ-ଫଳ ଭରିଯାଏ,
ବୃକ୍ଷବନ୍ଧୁ ପକ୍ଷୀ ତା'ର ମଞ୍ଜିନେଇ ଅନ୍ୟତ୍ର ପକାଇ ଥାଏ |
କାଉ ଆମ୍ବ ଖାଇ ଟାକୁଆ ପକାଏ ମଞ୍ଜି ଫିଙ୍ଗେ ଖାଇକୋଳି,
ଗଛ ବଡ଼ହେଲେ ତା' ଡାଳରେ ବସି ମଜାରେ ଖେଳଇ ଦୋଳି |
ଗୁଣ୍ଡୁଚି ମୂଷାଟି ଗଛ ଡାଳେ ଚଢି ମଞ୍ଜି ଖୋଜି ତୋଳି ନିଏ,
ଭବିଷ୍ୟତ ପାଇଁ ରଖେ ସେ ଲୁଚେଇ ପରେ ଜାଗା ଭୁଲିଯାଏ |
ଆଉ କେତେ ପକ୍ଷୀ ଫଳର ମଞ୍ଜିକୁ ଭାବନ୍ତି ସେଇଟା ପୋକ,
ଖାଇ ପାରନ୍ତିନି ଫିଙ୍ଗନ୍ତି ବାହାରେ ଥିଲେ ଥାଉ ପଛେ ଭୋକ |
ଅଜାଣତେ ବୃକ୍ଷରୋପଣ କରନ୍ତି ସଂସାରର ସବୁଜୀବ,
ସବୁଠୁଁ ଅଧିକ ବୁଝିଛି ମଣିଷ ବୃକ୍ଷରୋପଣର ଲାଭ |
ସବୁଠୁଁ ଚତୁର ବୁଦ୍ଧିଆ ମଣିଷ ବୃକ୍ଷକୁ କରେ ଛେଦନ,
ଅତି ସହଜରେ କରିପାରିବ ସେ ସବୁଠି ବୃକ୍ଷରୋପଣ |