ଓଡ଼ିଆ ଜାତିର ଲଢୁଆ ବୀର-37: ଶିଦୋ-କାହ୍ନୁ
ଓଡ଼ିଆ ଜାତିର ଲଢୁଆ ବୀର-37: ଶିଦୋ-କାହ୍ନୁ


ବଣ ପାହାଡ଼ରୁ ସାନ୍ତାଳ ଭାଇଙ୍କୁ ଧରିଆଣି କେତେଜଣ,
ରେଳଗାଡ଼ି ପାଇଁ ଲାଇନ ପଡ଼ିବ ବେଠିରେ ଚାଲିଲା କାମ |
ମଜୁରି ନପାଇ ଉପବାସେ ରହି ଗୁହାରି କରିଲା ଯିଏ,
ହାକିମଙ୍କଠାରୁ ଗାଳି ଶୁଣିସାରି ପାହାର ଖାଇଲା ସିଏ |
ଅଶାନ୍ତିର ନିଆଁ କୁହୁଳି କୁହୁଳି ଜଳିଲା ବିଦ୍ରୋହ ହୋଇ,
ବିଦ୍ରୋହର ନେତା ହେଲେ ଶିଦୋ-କାହ୍ନୁ ଜୀବନେ ବାଜି ଲଗାଇ |
ସାନ୍ତାଳ ଜାଣିଲେ ଫିରିଙ୍ଗି ଶାସକ ଅନୀତି-ଅନ୍ୟାୟ ମୂଳ,
ଫିରିଙ୍ଗି ହଟିଲେ ଦୁଃଖହେବ ଦୂର ଲୋଡ଼ା ଏକତାର ବଳ |
ଭଙ୍ଗାଡ଼ିହ ଗାଆଁ ଖୋଲା ପଡ଼ିଆରେ ସାନ୍ତାଳ ଶପଥ ନେଲେ,
ଶିଦୋ ଆଉ କାହ୍ନୁ ବୀର ବେଶହୋଇ ଯୁଦ୍ଧର ଡାକରା ଦେଲେ |
ମାରିବେ ମରିବେ ସାନ୍ତାଳ ସମାଜ ବାଜିଲା ନିଶାନ ତୂରୀ,
ପୁଲିସ ଦାରୋଗା ମଲେ ତାଙ୍କହାତେ କଲେକ୍ଟର ଗଲେଡରି |
ଆଖିବୁଜା ଗୁଳି ଫୁଟିଲା ତୁରିତେ ବିପ୍ଳବୀ ଛାଡ଼ିଲେ ପ୍ରାଣ,
ତୀର-ବନ୍ଧୁକର ଯୁଦ୍ଧର ଶେଷରେ ବନ୍ଦୀହେଲେ ନେତାଗଣ |
ଫାଶୀକାଠ ପରେ ଶିଦୋ ଆଉ କାହ୍ନୁ ଗାଇଲେ ମୁକ୍ତିର ଗୀତି,
ସେହି ଗୀତସୁର ସ୍ଵାଧୀନତା ପାଇଁ ପକାଇଲା ମୂଳଭିତ୍ତି |