Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy

3  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-36: ସାରଦା ମହାପାତ୍ର

ଓଡ଼ିଆ ଜାତିର ଲଢୁଆ ବୀର-36: ସାରଦା ମହାପାତ୍ର

1 min
174


ପୁଲିସର ପୁଅ ସାରଦାଙ୍କ ଘର ଜଗତସିଂହପୁର,

ଇଂରେଜ ଶାସନ ହଟାଇବା ପାଇଁ ଛାଡ଼ିଲେ ନିଜର ଘର |


ଦେଶପ୍ରେମୀ ବନ୍ଧୁ ମିଶି କେତେଜଣ ଚାଲିଲେ ସୁନ୍ଦରବନ,

ଶକ୍ତିଶାଳୀ ବୋମା ଗଢିଲେ ଗୁପତେ ଲଗାଇ ଜୀବନ ପଣ |


ବିଦ୍ରୋହୀ ବିପ୍ଳବୀ ହୋଇଲେ ପ୍ରବଳ ବଢିଲା ଆତଙ୍କ ଭୟ,

ପୁଲିସ ଆଖିରେ ଧୂଳିଦେଇ ପୁଣି ଘୋଷଣା କରିଲେ ଜୟ |


ସାରଦାଙ୍କ ବାପା ମହାପାତ୍ର ବାବୁ ପଦବୀରେ ଅଫିସର,

ଆଖିରେ ଭରିଲେ ଉପାଧିର ନିଶା ମୋଟା ଅଙ୍କ ପୁରସ୍କାର |


ପୁଅ ଗତିବିଧି ସନ୍ଦେହ କରି ସେ ଲଗାଇ କପଟ ପ୍ରୀତି,

ସାରଦାଙ୍କୁ ଡାକି କହିଲେ ମିଛରେ ବଦଳିଛି ମୋର ନୀତି |


ପେଟପାଇଁ ସିନା ଚାକିରି କରୁଛି ଇଂରେଜଙ୍କୁ ଚାହେନାହିଁ,

ସୁବିଧା ପାଇଲେ ବିପ୍ଳବୀ ସାଜିବି ଦେଶର ସ୍ଵାଧୀନ ପାଇଁ |


ବାପାକଥା ଶୁଣି ସାରଦା କହିଲେ- ଗଢିଛି ମୁଁ କାରଖାନା,

କରିଛି ଯୋଜନା ଇଂରେଜ ଶାସନ ଉଡ଼ାଇବି ମାରି ବୋମା |


ଚମକି ପଡ଼ିଲେ କୃଷ୍ଣ ମହାପାତ୍ର ସାରଦାଙ୍କ କଥା ଶୁଣି,

କପଟ ଶରଧା ଦେଖାଇ କହିଲେ- ତୁହି ମୋ କୁଳର ମଣି |


ଦେଖିବାକୁ ମନ ହେଉଛି ପ୍ରବଳ ବୋମା କାରଖାନା ତୋର,

କରିବି ସାହାଯ୍ୟ-ସହଯୋଗ ପୁଣି ଯାହା ତୋତେ ଦରକାର |


ବାପାକଥା ଶୁଣି ସାରଦା କହିଲେ-ଜାତିରେ ପୁଲିସ ତମେ,

ଆଖିପଟି ବାନ୍ଧି ଗାଡ଼ିରେ ବସେଇ ବାଟ କଢେଇବୁ ଆମେ |


ପଟିଖୋଲି ବାପା ବୋମା କାରଖାନା ଦେଖିଲେ ଛାନିଆଁ ହୋଇ,

ପ୍ରଶଂସା କରିଲେ ପୁଅର ବନ୍ଧୁଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ |


ମନରେ ଭରିଲା ଧନର ଲାଳସା ଫେରିଲେ ମୁରୁକି ହସି,

ଫଉଜ ଡକାଇ କରିଲେ ଚଢାଉ ସାରଦା ହିଁ ଗଲେ ଖସି |


ବନ୍ଧୁ ଗହଣରେ କେମିତି ବଞ୍ଚିବି ବାପାକଲେ ଅପକର୍ମ,

ସ୍ଵାଭିମାନୀ ବୀର ସହିଦ ହେବାକୁ କରିଦେଲେ ବିଷପାନ |



Rate this content
Log in

Similar oriya poem from Tragedy