STORYMIRROR

Panchanan Jena

Tragedy

4  

Panchanan Jena

Tragedy

ହାଏ ରେ ଜୀବନ !

ହାଏ ରେ ଜୀବନ !

1 min
7


ଚାରି କାନ୍ଧର ଦେଖି ସାହାରା

କୋକେଇରେ ବନ୍ଧା ଶବ ବିଚରା

 ଭାବିଲା ମନରେ ବାନ୍ଧି ପସରା


ହାଏ ରେ ଜୀବନ!


ଯଦି ବଞ୍ଚିଥିବା ବେଳେ 

ଅତି କମରେ ଗୋଟିଏ କାନ୍ଧର 

ସହାୟତା ମିଳିଥାନ୍ତା ହେଳେ

ଶ୍ମଶାନ ଗମନ ବଦଳରେ

ତୀର୍ଥ ଭ୍ରମଣ ଚାଲିଥାନ୍ତା ସହଳେ ସବଳେ


ହୋଟେଲରେ ଥାଳି ଧୋଉଥିଲା କୁନା

ଦେଖିଲା ସ୍କୁଲ ବସରେ ଭର୍ତ୍ତି ପିଲା

ସୁନ୍ଦର ପୋଷାକ ଗଳେଇ

 କାନ୍ଧରେ ପାଣି ବୋତଲ ଓହଲେଇ

ପିଠିରେ ବ୍ୟାଗ୍ ଝୁଲେଇ

କଳା ଚିକ୍ ଚିକ୍ ଜୋତା ସାଙ୍ଗେ ଟାଇ

ଭାବି ବସିଲା ଫେଡ଼ି ଦୁଇ ନୟନ


ହାଏରେ ଜୀବନ !


ଶିକ୍ଷାହୀନ ଜୀବନ ପଶୁ ସମାନ 

ଗରିବ ଘରେ କାହିଁ ଜନ୍ମଦେଲୁ ଭଗବାନ

ମୋ କଥା ଛାଡ଼

ମୋ ପିଲାଛୁଆ ନିଶ୍ଚୟ ଯିବେ ବିଦ୍ୟାଳୟ

ଶିକ୍ଷା ନିକେତନେ ପଢିବେ ବଢିବେ 

ଗଢିବେ ଦିଗନ୍ତ ବିସ୍ତାରୀ ନିଲୟ


ବିଲରେ ଧାନ ରୋପୁଥିଲା ଗଦାଭାଇ

ବର୍ଷା କାଦୁଅରେ ସର୍ବାଙ୍ଗ ଭିଜୁଥାଇ

ଧାନ କୁଇଣ୍ଟାଲ ମାତ୍ର ଦୁଇ ହଜାର

ବନ୍ୟା ବାତ୍ୟା ତୁଫାନ ଖାଇ

ଧୋଇ ମରୁଡି ଆଶଙ୍କା ନେଇ

ବିଚରା କୃଷକ କାହିଁ କରିବ ଚାଷ

ଯଦି ମିଳିବ ନାହିଁ ଶେଷେ ଭାଗଶେଷ 


ହାଏ ରେ ଜୀବନ !


ମନରେ ପ୍ରଶ୍ନ ଆସୁଛି କୋହ ଠେଲି ପ୍ରସାରୀ

ସୁଧ ହାର ହେଉନି ହ୍ରାସ

ସମସ୍ୟା ଜଡିତ ଜର୍ଜରିତ 

ଜୀବନେ କ୍ଳେଶ ବିଜଡିତ ତ୍ରାସ

ବିଷ ପିଇବାକୁ ବାଧ୍ୟ କରୁଛି ପରିସ୍ଥିତି ଆହୁରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy