STORYMIRROR

Panchanan Jena

Fantasy

4  

Panchanan Jena

Fantasy

କଥା ଦେଲି

କଥା ଦେଲି

1 min
10

କବିତା - କଥା ଦେଲି
 ରଚନା - ପଞ୍ଚାନନ ଜେନା
ତାରିଖ - ୧୭-୯-୨୦୨୬
++++++++++++++++++
 ଶୁଭ ଜନ୍ମଦିନ ଆସୁ ଆସୁ
 ଶବ୍ଦ ଶୁଭେଚ୍ଛାର ଅନେକ ଭିଡ
ଶବ୍ଦ କାରିଗର ମାନେ
ଭାବ ବିନ୍ଧାଣୀ ମାନେ
ଶୁଭେଚ୍ଛା ସିଦିଚ୍ଛା ସୁଅରେ
 ମନ ବଡଦାଣ୍ଡରେ ହସ ଖୁସିର ଝଡ

 ଅସହ୍ୟ ଗୁଳୁଗୁଳି ଭିତରେ
 ଏଇ ଯେମିତି କାକରର ବର୍ଷା
ଠିକ୍ ଯେମିତି, ଟପ୍ ଟପ୍ ଟପା ଟପ୍ ଗଜୁରେ ଆଶା

 ଅସଂଖ୍ୟ ସୁମନାଶ ମଧ୍ୟରେ
ଏଇ ଯେମିତି ଦୁଇ ଦିନିଆ ଝଡ଼ି
ଠିକ୍ ଯେମିତି, ଭାଙ୍ଗି ମୋଡି ପଳେଇଛି ନିରାଶା ଛାଡ଼ି

 ସତରେ, ଏ ଉଷ୍ମ ଶରୀରରେ
କୋଉଠି ନା କୋଉଠି ଭରିଦେଉଚି
 ଗୋଟେ ବନ୍ଧୁ ପଣିଆାର ଶିହରଣ !
 ଗୋଟେ ବନ୍ଧ ବାନ୍ଧିବାର ଯୋଗାଣ !

 କେମିତି କହିବି ମୋର ସେ ଅନନ୍ୟ ଅନୁଭବ..
କେମିତି ବର୍ଣ୍ଣିବି ମୋର ସେ ଅନବଦ୍ୟ ବୈଭବ

 ଗର୍ବିତ ମୁଁ ,
 ସତେ ଯେମିତି ସାତ ଦରିଆ ତେର ନଇ ଡେଇଁ
 ବୋଇତ ନେବି ଯେ ବାହି

 ଧନ୍ୟ ମୁଁ,
 ସତେ ଯେମିତି ମହାସଂଗ୍ରାମର ଚକ୍ରବ୍ୟୁହ ଭେଦ
କରିବାକୁ କାନରେ ଦେଲା କେ କହି

 ଋଣି ବି ,
 ସତେ ଯେମିତି ତେତ୍ରିଶ ବର୍ଷିଆ
ବାଣୀ ମଞ୍ଚରେ ବସିବାକୁ
 ଘୋଷଣାପତ୍ରଟେ ମିଳିଗଲା ଏହି

ସେତିକି ସରାଗୀ ଅନୁରାଗୀ ମଧ୍ୟ...
ସେତିକି ଭୋଗୀ ସହଭାଗୀ ମଧ୍ୟ --
କଥାଦେଲି ଦେଖାହେବା
ଆଗାମୀ ଜନ୍ମଦିନ ଭୋଜିରେ
କଥା ଦେଲି ଅଳ୍ପ ହସିବି
କୃତଜ୍ଞତା ନିଶ୍ଚେ ଜଣେଇବି
ଆସନ୍ତା ଜନ୍ମଦିନର ସୁଅବସରରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy