STORYMIRROR

SOUBHAGYABATI GIRI

Fantasy Inspirational Children

5  

SOUBHAGYABATI GIRI

Fantasy Inspirational Children

କବିତା ଲେଖା ନହେଲା ନାହିଁ

କବିତା ଲେଖା ନହେଲା ନାହିଁ

1 min
513

ଅଭିଳାଷ ଥିଲେ ବି ସାହସ କାହିଁ??

ସୁନୀଳ ଆକାଶରେ 

ବିଭାବସୁ,ବିଧୁ ଆଉ ତାରକାପୁଞ୍ଜକୁ ଦେଖି

ରୋମାଣ୍ଟିକ୍ କବିତା ଲେଖିବାକୁ।

ଆକାଶକୁ ଚାହିଁଦେଲେ ତ 

ବଢିଯାଉଛି ହୃତ୍ କମ୍ପନ,

ଥରିଉଠୁଛି ଦେହମନ।

ଦୃଶ୍ୟମାନ ହେଉଛି

ବିଶାଳାକାୟ ବିଶ୍ୱବ୍ରହ୍ମାଣ୍ଡ,

ମହାବିଶ୍ୱର ଅଜସ୍ର ଗ୍ରହନକ୍ଷତ୍ର,

ଛାୟାପଥ ଗୁଡିକରେ ତାରକାପୁଞ୍ଜର ଓବଲିଂ।

ରସା ର ରକ୍ଷାକବଚ ସାଜିଥିବା

ଓଜୋନ୍ ସ୍ତରରେ ଦିଶେ ବିଶାଳ ଗର୍ତ୍ତ,

ଏଇଠି ତ ମୂଳଦୁଆ ପକାଉଛି କ୍ୟାନସର୍,

କ୍ରବ୍ୟାଦ ସାଜି ଆମ ଆଡକୁ ମାଡି ଆସୁଛି

ଅର୍କଙ୍କ ଅତିବାଈଗଣୀ ରଶ୍ମି।

ଜଳବାୟୁରେ ପରିବର୍ତ୍ତନ,

ଷଡଋତୁ କ୍ରୋଧଜର୍ଜରିତ ହୋଇ 

ସାଜିଛନ୍ତି ଅସ୍ତ୍ରାଧାରୀ।

ଜହରଯୁକ୍ତ ବାୟୁମଣ୍ଡଳରେ ଚାଲିଛି

ବାତ୍ୟା,ବନ୍ୟା ଆଉ ଭୂକମ୍ପ ଭିତରେ

ଟୁପ୍ ଟାପ୍ ଫୁସ୍ ଫାସ୍ କଥା,

ସେଇଠୁ ଅଣ୍ଟାଭିଡୁଛନ୍ତି ସମସ୍ତେ

କ୍ଷିତିପୃଷ୍ଠକୁ ଆସିବାକୁ।

ଏକାକାର ଆଜି ସବୁଜକୋଠରୀ ପ୍ରଭାବ,

ଗ୍ଲୋବାଲ୍ ୱାର୍ମିଂ,ଅମ୍ଳବୃଷ୍ଟି।

କାୟା ବିସ୍ତାରୁଛି ଅଙ୍ଗାରକାମ୍ଳ,

ଅଭାବରେ ପଡିଛି ଅମ୍ଳଜାନ।

କି ଭୟଙ୍କର ସତେ ଏ ପ୍ରତିବିମ୍ବର ଆକାଶଟା!

ମନରେ ଭରିଦେଉଛି ବିଶ୍ୱର ଦୀର୍ଘତମ

ଗ୍ଲାସିୟର୍ ତରଳିବାର ଭୟ,

ଆଜିର ମାସ୍କ ପରି ଆସନ୍ତାକାଲି

ଅମ୍ଳଜାନ ଥଳି ଧରି ବୁଲିବାର ଭୟ, 

ସର୍ବୋପରି ଏ ଶୋଭନ ମାନବ ସଭ୍ୟତା 

ଭୂଗର୍ଭେ ଲୀନ ହେଇଯିବାର ଭୟ।

ନା,କବିତା ଲେଖା ନହେଲା ନାହିଁ

ମୁଁ ଚାଲିଲି କରିବି ବୃକ୍ଷରୋପଣ,

ଧାଡିଧାଡି ଗଛଲଗାଇ କରିବି

ଏକ ପ୍ରଦୂଷଣମୁକ୍ତ ବିଶ୍ୱଗଠନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy