STORYMIRROR

SOUBHAGYABATI GIRI

Drama Action Children

4  

SOUBHAGYABATI GIRI

Drama Action Children

କେମିତି ସମୟ ଆସିଲା କେଜାଣି ??

କେମିତି ସମୟ ଆସିଲା କେଜାଣି ??

1 min
448

କେମିତିକା ସମୟ ଆସିଲା କେଜାଣି

ହଠାତ୍ ଦିନେ ବିଦ୍ୟାଳୟ ବନ୍ଦ ହେଇଗଲା,

ପରୀକ୍ଷା ନ ସରୁଣୁ ଛୁଟିଟା ଆରମ୍ଭ ହେଇଗଲା,

ପାଠପଢାଟା ଅଧାରୁ ବନ୍ଦ ହେଇଗଲା,

ଶ୍ରେଣୀ ଗୃହ ସହିତ ବିଦ୍ୟାଳୟ ଫାଟକରେ ତାଲା ଝୁଲିଗଲା,

ବିଦ୍ୟାଳୟ କେବେ ଖୋଲିବ 

ସେଇଟା ବି ଅଜଣା ହେଇଗଲା।

ଭାବିଲି ବିଦ୍ୟାଳୟର ସବୁ ସ୍ମୃତିକୁ ଗୁନ୍ଥିଦେବି,

ସ୍ମୃତିର ମାଳା କରି ଗଳାରେ ପିନ୍ଧିନେବି,

ନିଇତି ପାଣି ଛିଞ୍ଚି ସତେଜ କରୁଥିବି ସ୍ମୃତିସମୂହକୁ।

ହେଲେ କ'ଣ ହେବ ଯେ !

ସ୍ମୃତିକୁ ଗୁନ୍ଥୁଗୁନ୍ଥୁ ଡୋରଟା ଛିଡିଗଲା,

ସମୟର ଉଜାଣି ସୁଅରେ ସବୁ ସ୍ମୃତି ଭାସିଗଲା,

ତଥାପି ଚେଷ୍ଟା କରୁଚି,

କିଛି ସ୍ମୃତିକୁ ହାତ ଦେଇ ଅଟକାଇବାକୁ,

ସାଙ୍ଗ ପିଲାଙ୍କ ହୃଦୟରୁ ପାଇଥିବା ସେ ଶାଶ୍ୱତ ସ୍ନେହକୁ,

ସମସ୍ତଙ୍କ ସହ ବିତେଇଥିବା ସେ ହସଖୁସିର ମୁହୁର୍ତ୍ତ ଗୁଡାକୁ,

ହେଲେ ପାରୁନି...ମୁଁ ଜମା ପାରୁନି।

ସୁଅ ମୁହଁରେ ପତରର ଅବସ୍ଥା ପରି ହୋଇଛି 

ମୋ ସ୍ମୃତି ସମୂହର ଅବସ୍ଥା,

ଭାସିଯାଉଛି ସେ ଦୂରକୁ,ଦୂରକୁ,ବହୂ ଦୂରକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama