STORYMIRROR

Anjana Naik,Anju..Deogarh

Drama

3  

Anjana Naik,Anju..Deogarh

Drama

ବୟସର ଛକ

ବୟସର ଛକ

1 min
180

ବସନ୍ତର ଆଗମନେ 

ହସିହସି ଚ଼ୋରା ଚ଼ଇତି

ବିତେଇ ସାରିଲାଣି 

ଷୋହଳ ସତର ଫଗୁଣ

ତା ଦେହରେ ଫୁଟିଲାଣି 

ଯୌବନର ଦୀପ୍ତି 

ମନ ଭାସିଲାଣି 

ଅବାସ୍ତର ସ୍ବପ୍ନରେ ତାହାର ।


ବୈଷାଖର ନିଷ୍ଠୁର ଝାଞ୍ଜିରେ 

ପିଙ୍ଗଳ ପତ୍ର କଅଁଳି 

ସବୁ ସମ୍ପର୍କକୁ ଯୋଡ଼ି 

ହଳଦୀବସନ୍ତ ଆଉ କୋଇଲିର ସୁରରେ 

ମଧୁ ଭରିଦିଏ ଅଶୁମାରି ଆଶାର ସୁରଭି ।


ପୁଣି ଶ୍ରାବଣର ପହିଲି ସ୍ପର୍ଶରେ 

ଅଳସି ଦେହଟା 

ଭିଜାଭାଜା ମାଟିର ଗନ୍ଧସୁଙ୍ଘି 

ବିଭୋର ହେଲାଣି

ଆଉ ବାର୍ଧକ୍ୟ କାନ୍ଦୁଛି 

ଚ଼ାଳଘରେ ଗୁମୁରି ଗୁମୁରି  

ଅତୀତର ସୁଖ ସବୁକୁ ବାହୁନି ବାହୁନି ।

ହାରିଲି କେତେ ଜିତିଲି କେତେ 

ହିସାବ କରିନି

କିଛି ପାଇ ମନ ଗଣ୍ଠିଲିରେ 

ବାନ୍ଧି ରଖିଛି ସ୍ମୃତି ପାଇଁ ।


ମୁଁ ତ ଜାଣିନି କୋଉଠି କେମିତି ଭାବିବି 

ସମ୍ମତିର ଅନ୍ୟ ନାମ ଯଦି ମଉନ 

ତେବେ ସବୁ ହଜିଯିବା ଆଗରୁ

କିମ୍ବା କିଛି ପାଇବାର ସମ୍ଭାବନା ହେଲେ

ନିଶ୍ଚୟ ସୁଖ ଗୁଡ଼ାକୁ ଗଣ୍ଠିଲିରେ ବାନ୍ଧି 

ଦୁଃଖ ସବୁ ଅନ୍ଧାର ଗଳିରେ ଫିଙ୍ଗିଦିଅନ୍ତି

ଆଉ ମଉନ ହୋଇ ହିସାବ ଖାତାରୁ 

ହାରିବା ଜିତିବା ର ହିସାବ କରନ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama