STORYMIRROR

Madhusmita Gaikwad

Drama Classics Inspirational

4  

Madhusmita Gaikwad

Drama Classics Inspirational

ବାପା ମାଆ

ବାପା ମାଆ

1 min
385

ବାପା ମାଆ ସେ ବାପା ମାଆ

ଚଳନ୍ତି ଦେବତା ଆମର

ଜୀବନର ବଡ ଠାକୁର

ନିତି କରୁଥାଅ ତାଙ୍କ ପୂଜାର୍ଚ୍ଚନା

ସବୁବେଳେ ହେବେ ସାହା

ବାପା ମାଆ ସେ ବାପା ମାଆ ।


ବୃଦ୍ଧାଶ୍ରମେ ତାଙ୍କ ଜାଗା କର ନାହିଁ 

ଦିଅ ନାହିଁ କେବେ ଦୁଃଖ

ଛୋଟ ତୁମେ ଥିଲ ତୁମର ଯତନ

କରୁଥିଲେ ରୂପ ଭେକ

ନିଜେ ଭୋକେ ରହି ତୁମକୁ ଖୁଆଇ

କରିଛନ୍ତି ଆଜି ଠିଆ

ବାପା ମାଆ ସେ ବାପା ମାଆ ।


କେତେ କଷ୍ଟ କରି ମଣିଷଟେ କଲେ

ତୁମେ ସ୍ୱାର୍ଥପର ହେଲ

ତାଙ୍କ କର୍ମ ଋଣ ସୁଝି ପାରିବନି

ସିଏ ତ ଅମୂଲ ମୂଲ

ପିନ୍ଧିବାକୁ କନା ପେଟକୁ ତ ଦାନା

ଦେଇଛନ୍ତି ଗୋଟେ ନାଆଁ

ବାପାମାଆ ସେ ବାପା ମାଆ ।


ମିଛ ଯେ ନଥିଲା ତାଙ୍କ ସ୍ନେହ ପ୍ରେମ

ଦେଉଥିଲେ ସମାନରେ

ଆଜି ଭାଗ କର ବାପା ମା ତୁମ

ତୁମ ଭାଇ ଭଉଣୀ ରେ

ଘୃଣା କର ନାହିଁ ତାଙ୍କ ପିଲା ଦୋଷ

ଦିଅ ଟିକେ ତାଙ୍କୁ ରାହା

ବାପା ମାଆ ସେ ବାପା ମାଆ।


ଛୋଟ ବୟସରେ ତୁମ ସେବା କରି

ପାଉଥିଲେ କେତେ ଖୁସି

ଆଜି ବୋଝ ବୋଲି କାହିଁକି ଯେ ଲାଗେ

ତାଙ୍କର ଚେନାଏ ଖୁସି

ବୃଦ୍ଧଶ୍ରମ ତାଙ୍କୁ ଶୋଭା ପାଏ ନାହିଁ

ବୃଦ୍ଧ କାଳେ ହୁଅ ସାହା

ବାପା ମାଆ ସେ ବାପା ମାଆ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama