ଅଧୁରା ଗପ
ଅଧୁରା ଗପ
ମନେ ମୋର ବେଳେ ବେଳେ
ଲୁହ ହୋଇ ଲହୁ ଝରେ
ସେଇ ଲହୁ ମୋର ଅତି ଆପଣାର
ଦୂର କି ମୁଁ କରିପାରେ
କେବେ ସେ ଲହୁକୁ ହୃଦୟେ ଚାପିବି
ମନ ମୋର ଆଜି କହେ
ଭୁଲି ମୁଁ ପାରେନା ସେଇ ଅଧୁରା ଗପକୁ
ସବୁ ବେଳେ ମନେ ପଡେ
କେମିତି ଭୁଲିବି ସେ ଗପକୁ ମୁଁ
ମନ ମୋର ନୀତି ଝୁରେ
ଥରେ ଥରେ ହୃଦୟରେ
ବସା ବାନ୍ଧି ରହିଯାଏ
ଭାଙ୍ଗି ପାରେନା ମୁଁ ସେ ବସାକୁ
ମନ ମୋର ଯେତେ କହେ
ପ୍ରଥମ ଫୁଲର ପାଖୁଡା ସାଉଁଟି
ରଖିଛି ମୁଁ ଛାତି ତଳେ
ଲୁହ ଭିଜା ମୋର ଓଠକୁ ଜାବୁଡି
ଆଖି ମୋର କାନ୍ଦେ ସବୁବେଳେ
ଅନ୍ତିମ ସୁଖର ଦୁଃଖର ପରଶ
କୋଉଠୁ ଆସିଲା ଧାଇଁ
ସେଇ ଦୁଃଖକୁ ମୁଁ ଛାତିରେ ଜାବୁଡି
ସୁଖ ରଖିଥିବି ତା ପାଇଁ
କଣ୍ଟା ଭରା ବାଟ ମୋର
ଝଡ ଆସେ ସବୁବେଳେ
ସାଗରର ଢେଉ ଆସି
ବାଲିଘର ଭାଙ୍ଗେ ସବୁବେଳେ
ତଥାପି ହାରିନି ପାଦ ମୋର
ଝୁରୁଛି ତାକୁ ମୋ ମନ
ସେ ଯଦି କହେ କିଛି ଦେ ବୋଲି
ମୁଁ ଦେଇଦେବି ମୋ ଜୀବନ.... ।