STORYMIRROR

Madhusmita Gaikwad

Romance Fantasy Others

3  

Madhusmita Gaikwad

Romance Fantasy Others

ଅଧୁରା ଗପ

ଅଧୁରା ଗପ

1 min
248

ମନେ ମୋର ବେଳେ ବେଳେ

ଲୁହ ହୋଇ ଲହୁ ଝରେ

ସେଇ ଲହୁ ମୋର ଅତି ଆପଣାର

ଦୂର କି ମୁଁ କରିପାରେ

କେବେ ସେ ଲହୁକୁ ହୃଦୟେ ଚାପିବି

ମନ ମୋର ଆଜି କହେ

ଭୁଲି ମୁଁ ପାରେନା ସେଇ ଅଧୁରା ଗପକୁ

ସବୁ ବେଳେ ମନେ ପଡେ

କେମିତି ଭୁଲିବି ସେ ଗପକୁ ମୁଁ 

ମନ ମୋର ନୀତି ଝୁରେ 

ଥରେ ଥରେ ହୃଦୟରେ 

ବସା ବାନ୍ଧି ରହିଯାଏ 

ଭାଙ୍ଗି ପାରେନା ମୁଁ ସେ ବସାକୁ 

ମନ ମୋର ଯେତେ କହେ 

ପ୍ରଥମ ଫୁଲର ପାଖୁଡା ସାଉଁଟି 

ରଖିଛି ମୁଁ ଛାତି ତଳେ 

ଲୁହ ଭିଜା ମୋର ଓଠକୁ ଜାବୁଡି 

ଆଖି ମୋର କାନ୍ଦେ ସବୁବେଳେ 

ଅନ୍ତିମ ସୁଖର ଦୁଃଖର ପରଶ 

କୋଉଠୁ ଆସିଲା ଧାଇଁ 

ସେଇ ଦୁଃଖକୁ ମୁଁ ଛାତିରେ ଜାବୁଡି 

ସୁଖ ରଖିଥିବି ତା ପାଇଁ 

କଣ୍ଟା ଭରା ବାଟ ମୋର 

ଝଡ ଆସେ ସବୁବେଳେ 

ସାଗରର ଢେଉ ଆସି 

ବାଲିଘର ଭାଙ୍ଗେ ସବୁବେଳେ 

ତଥାପି ହାରିନି ପାଦ ମୋର 

ଝୁରୁଛି ତାକୁ ମୋ ମନ 

ସେ ଯଦି କହେ କିଛି ଦେ ବୋଲି 

ମୁଁ ଦେଇଦେବି ମୋ ଜୀବନ.... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance