ପାଞ୍ଚାଳୀ ଦୁଃଖ
ପାଞ୍ଚାଳୀ ଦୁଃଖ
ଭାବିଥିଲି ଦ୍ରୌପଦୀଙ୍କ ଭଳି ହେବି ମୁଁ ଦିନେ ।
ତାଙ୍କ ଆଚରଣ ସହ ବଢିବି ଦିନେ ।।
ସତ ହୋଇଗଲା ଯାହା ଭାବିଲି ମନେ ।
ହେଲେ ଦେଇଗଲା ଧୋକା ମନେ ମୋ ପ୍ରାଣେ ।।
ଖାଲି ଆଚରଣ ମାଗି ଥିଲି ଯେ ମୁଁ ।
ଜୀବନ ମିଳିବ ଭାବି ନଥିଲି ମୁଁ ।।
କେତେ ଆଶା ଥିଲା ପାଞ୍ଚାଳୀ ମନେ ।
କୃଷ୍ଣଙ୍କୁ ପାଇବ ଦିନେ ଜୀବନେ ।।
କୃଷ୍ଣଙ୍କୁ ନ ପାଇ ସଖା ସେ ପାଇ ।
ମନେ ଅବଶୋଷ ଆସିଲା ଧାଇଁ ।।
ସେତିକିରେ ଶେଷ ନୋହିଲା ଦୁଃଖ ।
ପାଞ୍ଚ ପାଣ୍ଡବଙ୍କ ହେଲେ ସେ ଭାଗ ।।
ଆସିଲା କାହୁଁ ସେ ଦୁର୍ଭାଗ୍ଯ ଦିନ ।
ପାଞ୍ଚାଳୀଙ୍କ ଦୁଃଖ ନୋହିଲା ଲୀନ ।।
ମନେ ମନେ ଭାବି ଅର୍ଜୁନ କଥା ।
ରୀତି କଲେ ମିଶି ପାଣ୍ଡବେ ଯଥା ।।
ମୁଁ ବି ଭାବିଲି ମୋ ଜୀବନେ ।
ସତରେ ଦ୍ରୌପଦୀ ହେବି ଯେ ଦିନେ ।।
କେତେ ଯେ ଦୁଃଖକୁ ଜାବୁଡି ରଖି ।
ଉପରେ ଉପରେ ରୁହନ୍ତି ସୁଖୀ ।।
ମୋ ଜିବନରେ ଅସଂଖ୍ୟ ଦୁଃଖ ।
କେମିତି ପାଇବି ଅଦିନେ ସୁଖ ।।
ସୁଖ ହରଣ ତାଙ୍କ ପାଖରେ ଥିଲେ ।
ସବୁ ସମୟେ ଦୁଃଖ ହରୁ ସେ ଥିଲେ ।।
ମୋର ତ କେହି ସାହା ଯେ ନାହିଁ ।
ଖୋଲି କହିବାକୁ କେହି ଜଣେ ତ ନାହିଁ ।।
ହାଏରେ ଜୀବନ କାହିଁକି କଲୁ ।
ଏମିତି କରି କି ଲାଭ ପାଇଲୁ ।।
ହେ ପ୍ରଭୁ ମୋତେ ଶକ୍ତି ଯେ ଦିଅ ।
ଦୁଃଖ କୁ ସହିବି କେମିତି କୁହ ।।