Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhusmita Gaikwad

Children Stories Classics Inspirational

3.4  

Madhusmita Gaikwad

Children Stories Classics Inspirational

ମୋ ଉତ୍କଳ

ମୋ ଉତ୍କଳ

1 min
225


ଆସିଛି ଆଜି ସେଇ ଦିବସ ଯେ

ଜନମ ଭୂଇଁ ର ଜନ୍ମ ।

ପ୍ରତିଫଳ କରେ ଆମରି ସଂସ୍କାର 

ଦେବା ତାକୁ ସନମାନ ।।

ବୀର ପୁରୁଷ ଙ୍କ ନେତୃତ୍ଵ କୁ ନେଇ

କରିବା ନାମ ଜୟ କାର ।

କୋଟିଏ ପ୍ରଣାମ ପାଦରେ ବାଢ଼ିବା

କରି ପର ଉପକାର ।।

ଉତ୍କଳ ଦିବସ ନାମେ ପରିଚିତ

ଅପ୍ରେଲ ଏକ ତାରିଖ ।

ମିଳିଲା ପଦବୀ ଓଡ଼ିଶାକୁ ମୋର

ହେଲା ଦେଶରେ ଅଗ୍ରିତ ।।

ଉତ୍କର୍ଷ ଆଉ କଳାର ସଂଯୋଗେ

ନାମ ତା ଉତ୍କଳ ଦେଶ ।

ପରିପୂର୍ଣ୍ଣ ଅଟେ ସବୁ ବିଦ୍ୟା ଏଠି

ବିଦେଶେ ରଖୁଛି ଯଶ ।।

କେଡେ ମିଠା ଭାଷା ମୋ ଉତ୍କଳ ର

କହିଦେଲେ ମନ ଭରେ ।

ତାରି ପରବ ଓଷା ପୂଜା ବ୍ରତ

କରିବାକୁ ନିଷ୍ଠତାରେ ।।

ଅଜସ୍ର ଦାନ ସେ ମହାପୁରୁଷଙ୍କ

ଏଇ ମାଟି ପାଇଁ ମୋର ।

ଗୋପବନ୍ଧୁ ଆଉ ମଧୁସୂଦନ ଙ୍କ

କଥା ତ ବେଦର ଗାର ।।

ଅଶୋକ ସମ୍ରାଟ ଖାରବେଳ ଆଉ

ମହା ମୁନିଋଷି ଗଣ ।

କରିଗଲେ କୀର୍ତ୍ତି ହଉଛି ପ୍ରଗତି

ରଖିଲେ ହାତରେ ପଣ ।।

କେତେ ନଦ ନଦୀ ବହି ଯାଉଅଛି

ଉତ୍କଳ ର ଛାତି ଦେଇ ।

କିଚିରି ମିଚିରି ଶବଦରେ ପୁଣି

ଭାରି ଉଠେ ବନ ଭୂଇଁ ।।

ଓଡ଼ିଶାର ଭାଷା ଓଡ଼ିଶାର ଗାଥା

ଲେଖିବାକୁ କଲେ ପଣ ।

ସରିବ କଲମ ସରିବ କାଗଜ

ସରିବନି ତାର ଗୁଣ ।।


Rate this content
Log in