STORYMIRROR

Madhusmita Gaikwad

Romance

3  

Madhusmita Gaikwad

Romance

କହରେ ଭାଗ୍ୟ ତୁ

କହରେ ଭାଗ୍ୟ ତୁ

1 min
258

ଖୋଜି ଖୋଜି ପାଉନି ମୁଁ ମୋ ଜୀବନ ସାଥିକୁ

କୋଉଠି ପାଇବି ତାକୁ କହରେ ଭାଗ୍ୟ ତୁ

କେଉଁ ଦିନ ମିଳିବ ସେ ପାଇବି ମୁଁ ତାକୁ

ହେବ ସେ ମନର ମଣିଷ କହରେ ଭାଗ୍ୟ ତୁ

ମନର କାଗଜରେ ତା ଛବି ଆଙ୍କି ସାରିଲିଣି

ସ୍ଵପ୍ନରେ ତା ସଙ୍ଗେ ମୁଁ ଗପି ସାରିଲିଣି

ଚିହ୍ନି ପାରୁନି ମୁଁ ତାକୁ କହ ସେ କିଏ

ମନରେ ବସା ବାନ୍ଧି ଦେଇଚି ତ ସିଏ

ଯେଉଁ କାମ କରେ ସିଏ ତ ମନେପଡୁଛି

ବସିଲେ ଉଠିଲେ ଖାଲି ଶୂନ୍ୟରେ ଦେଖା ଦଉଛି

ସ୍ଵପ୍ନରେ ନୁହେଁ ବାସ୍ତବରେ ଦେଖିବାକୁ 

ଇଚ୍ଛା ହୁଏ ତାକୁ

କେଉଁଠି ଦେଖିବି କୋଉଠି ପାଇବି

କହରେ ଭାଗ୍ୟ ତୁ

କେବେ ସେ ଆସିବ କଳାଘୋଡାରେ ଚଢ଼ି

ନେଇଯିବ ମୋତେ ତା ପାଖକୁ ଟାଣି

ଅପେକ୍ଷା କରିଛି ତା ବାଟକୁ ଚାତକ ପରି ଚାହିଁ

କେବେ ସେ ଆସିବ କହରେ ଭାଗ୍ୟ

ଦଉଛି ମୁଁ ତୋତେ ଜଣାଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance