ଅଗଣାରେ ହେବି ମୁଁ ବାସ ତୁଳସୀ
ଅଗଣାରେ ହେବି ମୁଁ ବାସ ତୁଳସୀ
ଅଗଣାରେ ହେବି ମୁଁ ବାସ ତୁଳସୀ
କରିଦିଅ ଆହେ ପ୍ରଭୁ
ସୁବାସିତ କରି ଗୃହ ମାନଙ୍କରେ
ସାଧି ଯିବି ହିତ ବହୁ ।
ଦୂର କରି ରୋଗ କରିବି ଆରୋଗ୍ୟ
ଦୀନ ଦୁଃଖୀ ଦରିଦ୍ରର
ଦେବା ଦେବୀ ସେବା ପୂଜାରେ ମୁଁ ଲାଗି
ଧନ୍ୟ ହେବି ନିରନ୍ତର ।
ଆହେ ଦୟାମୟ ବିଶ୍ଵ କାରୀଗର
ଏତିକି କରୁଣା କର
ଅଗଣାରେ ହେବି ମୁଁ ବାସ ତୁଳସୀ
ଆଶା ମୋ ପୂରଣ କର ।
ସବୁ ଦେବା ଦେବୀ ପୂଜାରେ ଲାଗିବି
ଭକତ ଜନଙ୍କ ଗହଳେ
ମାଳି ହୋଇ ମୁଁହି ନିତି ଝୁଲୁଥିବି
ଭକତି ଭାବ ବିହ୍ବଳେ ।
ଆହେ ଦୟାମୟ ପରମ ଈଶ୍ୱର
ମହାପ୍ରଭୁ ପରାତ୍ପର
ଗୁହାରୀ କରଇ ତୁମରି ପୟରେ
ବାସ ତୁଳସୀଟେ କର ।
ଅଗଣାରେ ହେବି ମୁଁ ବାସ ତୁଳସୀ
ପରିବେଶ କରି ଶୁଦ୍ଧ
ପବିତ୍ର ଲହରୀ ଖେଳାଇ ଜୀବନେ
ପ୍ରବାହିତ କରି ଦିବ୍ୟ ।
ପ୍ରଶାନ୍ତି ପ୍ରଭାରେ ପ୍ରତି ପରିବାରେ
ନାଶିବି ଦୁଃଖ ଆମୟ
ଆଦର ଆଦର୍ଶ ଉତ୍ତମ ସନ୍ଦେଶ
ବିଚାର , ଚିନ୍ତା , ସୌହାର୍ଦ୍ଦ୍ୟ ।
ଗନ୍ଧ ବହ ସାଥେ ବାଣ୍ଟି ଅବିରତେ
ଆମୋଦିତ ନିତି କରି
ବିତି ଯାଉ ମୋର ଜୀବନ ସଳିତା
ତୁମ୍ଭରି ସେବାରେ ଜଳି ।

