Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gopinath Jena

Romance

3  

Gopinath Jena

Romance

ନୂଆ ପ୍ରେମିକା

ନୂଆ ପ୍ରେମିକା

1 min
211


ମୋ ଘର ଠାରୁ ଅଳପ ଦୂର

      ମୋ ପ୍ରିୟା ର ଘର ହାଏ

ତାଙ୍କ ଗଳି ବାଟେ ନିତି ଯିବାକୁ

       ମନ ମୋର କାହିଁ କହେ ।

ମୋ ଘର ଠାରୁ -------।୦।

ବେଳ ବୁଡ଼ି ବୁଡ଼ି ଗଲେ ଧିରେ ସଞ୍ଜ ହେଇଯାଏ

ତାଙ୍କ ଘର ବାଟ ଦେଇ ନିତି ମୁଁ ଯେ ଆସେ ଯାଏ

ଯେବେ ଦେଖି ଦିଏ ମୋତେ ପ୍ରିୟା

        ଲାଜରେ ସେ ଲୁଚିଯାଏ ।

ମୋ ଘର ଠାରୁ -------।୧।

ଆଖିରେ ମିଶିଲେ ଆଖି କେତେ କଥା ସିଏ କହେ

କହିବି କହିବି ବୋଲି ମୁଁ ମନେ ମନେ ଭାବୁଥାଏ

ଲୁଚି ଥାଉ ମୋ ପ୍ରେମ

       କହିବିନି ତାକୁ ମୁଁ ହାଏ ।

ମୋ ଘର ଠାରୁ ---------।୨।

କେମିତି କହିବି ତାକୁ ମନ ମୋ କରିଛି ଚୋରୀ

ଅଧ୍ୟୟନ ର ସେ ପାଚେରୀ ମୋତେ ରଖିଛି ତ ଘେରି

ସିଏ ମୋ ନୂଆ ପ୍ରେମିକା

        ତାକୁ ମୁଁ ତ ଭଲପାଏ ।

ମୋ ଘର ଠାରୁ --------।୩।


Rate this content
Log in

Similar oriya poem from Romance