STORYMIRROR

Bikesh Sahu

Romance Inspirational Others

4  

Bikesh Sahu

Romance Inspirational Others

ପୁନରାୟ ଶ୍ରୀରାଧା

ପୁନରାୟ ଶ୍ରୀରାଧା

2 mins
670

ତମେ -' ଯିବି ' ବୋଲି କହିଲେ 

ମୁଁ କ'ଣ ତମକୁ ଅଟକେଇ ରଖିପାରିବି ?

ସେଇ ଅଧିକାର ତ 

ତମେ ମୋତେ କେବେ ଦେଇନ ।


କିନ୍ତୁ ମୁଁ ଠିକ ଜାଣେ 

ତମ ଚାଲିଯିବାର ପ୍ରବୃତ୍ତିରେ ବି

ମୋ ପ୍ରତିରୋଧ ହିଁ ତମେ ଚାହଁ

ହେଲେ କହି ପାରନା

କାଳେ ମୁଁ ଜାଣି ନେବି

ମୋ ଉପରେ ଥିବା ତମ ଦୁର୍ବଳପଣ

ନ ଚାହିଁ ବି ମୋତେ 

ଖୁବ ବେଶି ଚାହିଁ ବସୁଥିବା 

ତମ ହୃଦୟ ଭିତରରେ

ମୋ ପାଇଁ ସୃଷ୍ଟି ହେଇ ସାରିଥିବା 

ଗୋଟେ ବିରାଟକାୟ ଶୂନ୍ୟସ୍ଥାନ 

ଯିଏ ତା ପୂର୍ତ୍ତି ପାଇଁ 

କେବଳ ମୋତେ ହିଁ ଲୋଡୁଛି ପ୍ରତିକ୍ଷଣ ।


କିନ୍ତୁ ତମେ କେବେ ପ୍ରକାଶ କରନା

ତମ ସବୁ ଇଚ୍ଛାକୁ ମାରିଦିଅ

ତମ ଅସହଜପଣ ସବୁକୁ 

ବେଶ ସହଜରେ ତମ ମୁହଁରୁ ପୋଛିଦିଅ  


ହେଲେ, ମୁଁ ଠିକ ଜାଣେ ...କାହିଁକି !


ତମେ ମୋତେ ନିତ୍ୟନୈମିତ୍ୟ ଲୋଡୁଛ ବୋଲି

କାଳେ ମୁଁ ଜାଣିନେବି ସେଇ ଭୟରେ ନା !


ହଁ, କାହିଁକି ବା ଭୟ ନ କରିବ ଯେ

ଯେତେବେଳେ ମୁଁ ସବୁକିଛି ଜାଣିନେବି 

ତମ ବହାସ୍ପଟ କଣ ଆଉ ରହିବ !

ମୋ ଆଗରେ କ୍ଲାନ୍ତ, ପରାଜିତ

ସୈନିକଟେ ପରି ତମକୁ ଛିଡ଼ା ହେବାକୁ ହେବ

ତମ ସବୁ ଜିଦ୍, ସବୁ ଅଭିମାନରେ

ଡୋରି ବନ୍ଧା ହେବ

ଆଉ ଅନାୟଷେ ମୋ ଅତର୍କିତ ଲୋଡ଼ିବାପଣରେ

ଗୋଟେ ବିରାଟ ପୂର୍ଣ୍ଣଛେଦ ପଡିଯିବ

ତମେ ମୋର ହେଇ ଯିବ

ତମ ହୃଦୟରେ ସଞ୍ଚିତ ଦୁର୍ବଳତା

ମୋ ପାଇଁ ଶକ୍ତି ପାଳଟିବ


ମୁଁ ଅନାୟଷେ ତମକୁ 

ଗ୍ରହଣ ସିନା କରିନେବି

କିନ୍ତୁ ତମେ ଆତ୍ମଗ୍ଲାନି ନିତି ଭୋଗୁଥିବ


ଜାଣେ ତମେ ଏ ସବୁ ଚାହଁ ନା' 

ଖାସ କରି ତମ ପରାଜୟ!


ହେଲେ ତମେ କ'ଣ ଭାବୁଛ

ତମେ ଏବେ ବି ଅପରାଜିତ ?


ତମେ ତ ସେଇ ଦିନ ହିଁ 

ନିଜର ପରାଜୟ ସ୍ୱୀକାର କରି ସାରିଛ

ହେ ପଳାତକ !

ଯେଉଁଦିନଠୁ ତମ ଭିତରେ ଜନ୍ମନେଇ ସାରିଛି

ତୁମ ହଜାର ନିୟନ୍ତ୍ରଣ ସତ୍ତ୍ୱେ

ମୋତେ ନ ଚାହିଁବି ଚାହିଁବାର, 

ତମ ଅନିଚ୍ଛା ସତ୍ତ୍ୱେ ମୋତେ ଛୁଇଁବାର, 

ଶତ ବାରଣକୁ କ୍ଷାନ୍ତ କରି ମୋତେ ଦେଖିବାର

ଅଭିସ୍ପିତ ଅଶରୀରି ସ୍ପୃହା ଯେତେକ ।


ହଁ ତମେ ସେବେଠୁ ହିଁ ପରାଜିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance