STORYMIRROR

Bikesh Sahu

Tragedy Fantasy

3  

Bikesh Sahu

Tragedy Fantasy

ମୋତେ ଯଦି ଦେଖିଅଛ କେବେ

ମୋତେ ଯଦି ଦେଖିଅଛ କେବେ

1 min
296

ମୋତେ ଯଦି ଦେଖିଅଛ କେବେ


ନିଶ୍ଚୟ ତ ଦେଖିଥିବ

ମୋ ମନରେ, ମୋ ଅନ୍ତରେ

ବେଦନା ଓ ଅପ୍ରାପ୍ତିର 

ଅନ୍ଧକାର ଯେତେ 


ହୃଦୟେ ମୋ ମୃତ ସ୍ବପ୍ନ

ଅନିଶ୍ଚିତ ଭବିଷ୍ୟତ, ଶୁଷ୍କ ପ୍ରାଣ 

ମରଣର ଅନ୍ତିମ ଦୁଆରେ


କ୍ଷୋଭ ଆଉ ଗ୍ଲାନି ନେଇ 

କେମିତି ମୁଁ ବଂଚିଅଛି

ତୁମେ ରହୁଥିବା ଜନପଥଠାରୁ

କାହିଁ କେତେ ଦୂରେ 


ଯହିଁ ଆଶା ଆଉ ସ୍ବପ୍ନମାନେ

ନୀଳ ଜହ୍ନ !

ଏଇ ଅଛି ଏଇ ନାଇ

ନଈ ପାଣି ଛାଇ ପରି

ବହି ଚାଲେ ବହି ବହି ଚାଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy