STORYMIRROR

Sujata Dash

Tragedy

5  

Sujata Dash

Tragedy

ଜନ୍ମ କ'ଣ ଏକ ଅପରାଧ ?

ଜନ୍ମ କ'ଣ ଏକ ଅପରାଧ ?

1 min
515

ଏଇ ଚୁପଚାପ ରାତିର

ଶୂନଶାନ ଛାତିରେ

କାଁ ଭାଁ ଲଣ୍ଠନ ର ଆଲୁଅ

ଯେବେ ଦିପିଦିପି ଜଳେ

ବେପରୁଆ ଅନ୍ଧାର

କ'ଣ ଖାତିର କରେ?

ମିଞ୍ଜି ମିଞ୍ଜି ଆଲୁଅର ତୁଚ୍ଛତା କୁ

ବାଆଁରେଇ ଦିଏ... ll


ଏଇ ଚୁପଚାପ ରାତିର

ଶୂନଶାନ ଛାତିରେ

ମଶାଲ ଧରି ଜହ୍ନ ଯେବେ ପହରା ଦିଏ

ଅନ୍ଧାର କୁ ବୁଦ୍ଧି ଦିଶେନି କି

ବାଟ ମିଳେନି... ଲୁଚିବା ପାଇଁ

ଆଖିପିଛୁଳାକେ ସିଏ ଉଭେଇଯାଏ ll


ଏଇ ଚୁପଚାପ ରାତିର

ଶୂନଶାନ ଛାତିରେ

ଅବଳା ର ବିକଳ ଚିତ୍କାର ରେ

ଧରା ଯେବେ ଦୁଲୁକି ଉଠେ

ପୁରୁଷ ପଣିଆ ଆଗଭର ହେଇ

ବାହାରେ କେବେ?

ଚେଇଁ ରହି ଶୋଇବାର ଛଳନା କରେ

ପିଶାଚ ର ମେଣ୍ଟେନି ମନର ପିପାସା

ଚିତ୍କାର ରୁ ତୁନି ତୁନି କାନ୍ଦ

ସିଏ ପୁଣି ମିଳେଇଯାଏ ....

କିଟି କିଟି ଅନ୍ଧାର ର ଗଭୀର ଶୂନ୍ୟତା ଭିତରେ ll


ଥାନା ରେ ଦାରୋଗା

ପ୍ରଶ୍ନ ବାଣରେ ଜର୍ଜରିତ କରିଦିଅନ୍ତି

ବ୍ୟଭିଚାର ର ପ୍ରମାଣ ଖୋଜନ୍ତି

କୋଉଠୁ ସିଏ ଆଣିବ?

ରିକ୍ତ ହସ୍ତ

ଶରୀର ଆତ୍ମା ପୀଡିତ

ପ୍ରତିଥର ଦେବାକୁ ହେବକି ଅଗ୍ନିପରୀକ୍ଷା?

ଆପାଦମସ୍ତକ ର ଟିକିନିଖି ବିବରଣୀ ?

ନା' ସେ ଆଉ ପାରିବନି.. 

ମା ବସୁଧା କୋଳ ରେ ଆଶ୍ରିତ ହେବ

ଛିଃ !ପୁରୁଷଟେ ଏଭଳି ନୃଶଂସ ହେଇପାରେ ?

ତେବେ ନାରୀ ଜନ୍ମ କ'ଣ ଏକ ଅପରାଧ ।























ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy