STORYMIRROR

Sujata Dash

Inspirational

3  

Sujata Dash

Inspirational

ତଥାପି

ତଥାପି

1 min
347

            ହାରିନି ମୁଁ     

    ଶେଷ ଚେଷ୍ଟା ମୋର ବାକି ଯେ ଅଛି            

            ଛାଡ଼ିନି ମୁଁ ଆଶା

            ନିରାଶା ର ବୁକୁ ଚିରି

            "ଅ" ରୁ "କ୍ଷ" ଯାଏ ପରିବ୍ୟାପ୍ତ

            ଆଶା ର ସୁନେଲି କିରଣ

            ନିଶ୍ଚୟ ଆଲିଙ୍ଗନ କରିବ

            ମୋର ଜୀବନ ପଥ କୁ

            କଳ କଳ ନାଦ ରେ ବହିଯିବି ମୁଁ

            କବିତା ର ଛନ୍ଦେ ଛନ୍ଦେ ପ୍ରଗଳଭ ହୋଇ


            ଗୋଟିଏ ମୁକ୍ତ ଆକାଶ ର ଚିତ୍ରାଙ୍କନ ମୁଁ

            ଡେଣାଝାଡ଼ି ଉଡୁଥିବା ପକ୍ଷୀର ରୂପାୟନ

            ଆଘାତ ରେ ଆହତ ହୁଏନା ମୋ ଆତ୍ମା

            ବ୍ୟଥିତ ପରାଣ ମୋର ନହୁଏ ପରାଜିତ

           

            ନିରାଶା ର ବୁକୁ ଚିରି

            ସୁପ୍ତ କେତେ ମନକଥା

            ଅବଶ୍ୟ ଦିନେ ଫୁଟାଇବ

କାକଟସ - ଧୂଧୂ ଖରାବେଳେ

        କିଆରୀ କିଆରୀ ବ୍ୟାପିଥିବା ମରୁବାଲି ରେ

             

            ରାସ୍ତା ରେ ପଇଁତରା ମାରୁଥିବା

            ହତାଶାର ମୁହଁ ରେ ବୋଳିବ ଚୂନକାଳି

         ପୁଣିଥରେ ଆୟୁଷ୍ମାନ ହେବ ନିଶବ୍ଦ ଆକାଶ

            ବିହଙ୍ଗ ମାନଙ୍କ ଶବ୍ଦ ତରଙ୍ଗରେ

            ଚୋରା ଚଇତାଳି ଭାସି ଆସିବ

   ବିଛୁରିତ କିରଣରେ ଉଦ୍ଭାସିତ

ହେବ ସୁଖର ସକାଳ I

 

             


Rate this content
Log in

Similar oriya poem from Inspirational