STORYMIRROR

SUJATA DASH

Others

4  

SUJATA DASH

Others

ଅସ୍ତିତ୍ବ ର ଶେଷ ସ୍ୱର

ଅସ୍ତିତ୍ବ ର ଶେଷ ସ୍ୱର

1 min
12





ଜୀବନରେ ହାରିଛି ବହୁବାରଆଜି ବି ହାରୁଚି 

ଏହା ବାହାଦୂରୀ ନୁହେଁ କିବାକ୍ -ଚାତୁରୀ ନୁହେଁ

ଷୋଳ-ଅଣା ସତ 

ହାରିଛି ସତ ହେଲେ ପଛଘୁଞ୍ଚା ଦେବା 

ମୋର ଜାତକରେ ନାହିଁ

ଏକ ଅଭିଜ୍ଞ ଯୋଦ୍ଧା ମୁଁ

ଶେଷ ରକ୍ତ ବିନ୍ଦୁ ଥିଲା ଯାଏ

ଯୁଦ୍ଧ କରିଛି, ଆଉ କରିବି

ମୁଁ ନଦୀ ଟିଏ 

ବନ୍ଧ ରେ ବନ୍ଧା ହେଲେ ବି ଲଂଘି ବାକୁ ସଦେବ ତତ୍ପର

ମନ ଉଣା କରି ନୀରବ ରେ ବସିବା ଟା  

ନାହିଁ ମୋ ଜାତକେ 

ମୁଁ କ୍ଷତ, ଆହତ କିନ୍ତୁ ପରାହତ ନୁହେଁ

ଅଣ୍ଟି ରେ ଅଣ୍ଟିଏ ଜିତିବାର ଆଶା ନେଇ 

ଆଜି ବି ମୁଁ ଆହ୍ଲାଦିତ 

ପାଦ ରେ ଫୁଟିଛି କଣ୍ଟା ସତ 

କିନ୍ତୁ ଝରୁଥିବା ରକ୍ତଦେଖାଇବ ନୂଆ ବାଟ

ଏହା ସୁନିଶ୍ଚିତ

ବିଡ଼ମ୍ବନା ମାନେ ନେବେ ମେଲାଣି ଅବଶ୍ୟ।


ବିଳମ୍ବିତ ମୌସୁମୀ ବରଷିବ ନିଶ୍ଚେ

ସମୟ ହେବ ପୁନର୍ଜୀବିତ, 

ସଞ୍ଚରିତ ପସରା ପସରା ସମ୍ଭାବନା 

ଆଉ ମାଳ ମାଳ ଆଶା ଆକାଂକ୍ଷା ନେଇଆସିବ 

ଏକ ନୂଆ ସକାଳ

ପୁଲକରେ ଭରିଯିବ ହୃଦୟର ସବୁ ଶୂନ୍ୟତା

ଡହ ଡହ ଖରାବେଳ ହେବ ଜ୍ୟୋସ୍ନାଶିକ୍ତ  ଶୀତଳ ରାତି

ପରିତୃପ୍ତି ର ଚାଦର ଘୋଡ଼ି ଜୀବନ ଜିଇବି ମସ୍ତ ମସଗୁଲ ହୋଇ

ମୋ ସୁଗନ୍ଧିତ ଅସ୍ତିତ୍ବ ମହକିବ ଯୁଇ ଜାଇ ହେନା କେତକୀ ପରି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍