STORYMIRROR

Sujata Dash

Others

4  

Sujata Dash

Others

ଅନ୍ଵେଷା

ଅନ୍ଵେଷା

1 min
262

ଅଧାଜଳା ପାଉଁଶ ଭିତରୁ ଗୋଟାଉଥିଲି

ଚିଠିର କେତୋଟି ଅକ୍ଷର

ସାଉଁଟିଆଣି ପଢିବାକୁ ଚେଷ୍ଟା କରୁଥିଲି

ଅପାଶୋରl ସ୍ମୃତିମାନଙ୍କୁ

ଥୋକେ ଅତ୍ମୀୟତା କୁ

ଆଉ କିଛି ଉନ୍ମାଦନାଙ୍କୁ 

ମନରେ ଉଲ୍ଲାସ ଭରିଯାଇଥିଲା

ପୁଣିଥରେ ଜନ୍ମଦାତ୍ରୀ ସାଜିବାର ଆକାଂକ୍ଷା...

ଦେହ ମନରେ ଅପୂର୍ବ ଶିହରଣ 

ସନ୍ତାନ ରୂପେ ପାଇବାପାଇଁ ବିଗତ କୁ

ଆଉ ସୀମାହୀନ ଦିଗବଳୟ ରେ ହଜିଯାଇଥିବା

ଅସ୍ତଗାମୀ ସୂର୍ଯ୍ୟ କୁ

ହୁଏତ ଆଉ ଏକ ଅଧ୍ୟାୟ ର ପ୍ରାରମ୍ଭ

ଆଉ ତା'ର ସଂକେତ 

ସବୁକିଛି ନିଶ୍ଚୟ ହେବ ଅଧିକ ରୋମାଞ୍ଚକର

ଅଧିକ ରସାଳ 

ପ୍ରତ୍ୟେକ ଶବ୍ଦରେ ରହି ଥିବ

ମୁଗ୍ଧକାରୀ ଅତରର ବାସ୍ନା

ଆଉ ନିବିଡ଼ତା ର ନୂତନ ସଂସ୍କରଣରେ

ଅତୁଲ୍ୟ ପୂର୍ଣ୍ଣତା ର ମହକ ଖେଳିଯିବ

ଲିପିବଦ୍ଧ ହେବ....

ଆଉ ଏକ ନୂତନ ପର୍ଯ୍ୟାୟ

ଭଲପାଇବାର ପୁନର୍ଜନ୍ମ!!

ଏକ ତୀବ୍ର ଅନ୍ୱେଷା

ଏଇ ପରିଚିତ ପୃଥିବୀର

ଆଉ ଏକ ଅନାବିସ୍କୃତ ଦିଗନ୍ତ ସନ୍ଧାନ କରିବାର

ଫିକା ଓଠ ତଳେ ବସା ବାନ୍ଧିଥିବା

ନୈରାଶ୍ୟ ର ହସ ଚେନାକ

ମେଲାଣି ନେଲାଣି...

କେତେବେଳୁ

ଆଉ କାଳରାତି ଅପସରି ଗଲାଣି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍