STORYMIRROR

Sujata Dash

Others

3  

Sujata Dash

Others

ବୁଝେଇ କହିବ

ବୁଝେଇ କହିବ

1 min
177


ମୋର କ'ଣ ଖାଲି ଏତିକି ଭୁଲ ଯେ...

ତୁମକୁ ପୂଜେ ମୁଁ ତୁମରି ଫୁଲରେ

ଆବକ୍ଷ ମଣ୍ଡିଦିଏ ପୁଷ୍ପଗୁଚ୍ଛରେ?

ସତ ଚେଷ୍ଟା କରି ବି ଫୁଟେଇ ପାରୁନି ଫୁଲଟିଏ

ଛାର ଦୁବଘାସ ବି ନୁହେଁ

ତୁମେ କି କିମିଆ କର କେଜାଣି?

ଆକାଶ ଫଟେଇ ଚାହିଁ ଦେବା କ୍ଷଣି

ଖିଲି ଖିଲି ହସି ଉଠନ୍ତି ଫୁଲପତର

ତୋରା ଦିଶେ ଏ ସାରା ଜଗତ

ସବୁ ତୁମ ଆଶୀର୍ବାଦ ତୁମରି ଦାନା

ତୁମକୁ ଯାଚେ

ହେଲେ ତୁମେ ଛୁଇଁନ ତ କେବେ

ଏ କି ନୀତି ତୁମ...

ବୁଝେଇ କହିବ 

ନା ରଗେଇଛି ତୁମକୁ

ନା ଅପମାନ ଦେଇଛି

ଏଡ଼େ ନିର୍ଦ୍ଦୟ ସାଜିଲ କାହିଁକି ?

ଛାର ମନୁଷ୍ୟ ମୁଁ

କେମିତି ଜାଣିବି ରହିଲା ଭୁଲ କେଉଁଠି ?

ନେଉଛି ମେଲାଣି

ଗୁହାରି ମୋହର ଘେନା ହେବ ପ୍ରଭୁ

ବୁଝେଇ କହିବ

କେଉଁଠି ଭୁଲ ମୋ ରହିଯାଉଛି

ତୁମ ବଡ଼ପଣେ କ୍ଷମା କରିବ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍