STORYMIRROR

Sujata Dash

Children Stories

3  

Sujata Dash

Children Stories

ଫେରିଵାଲା

ଫେରିଵାଲା

1 min
45

ହରେକ ମାଲ ଦଶ ଟଙ୍କା

ରୁମାଲ,ନଖପଲିସି

କାନଫୁଲ,ନାକଫୁଲ

କେତେ ରକମର ମାଳି ବି ଅଛି

ଦେଖୁନ ...ମିଲିବୋଉ ନଗେଇକି କେଡେ ସୁନ୍ଦର ଦୁଉଚି

ଜମାରୁ ତ ଦଶଟଙ୍କା....ଏ ମାଉସୀ! କାହିଁକି କରୁଚୁ ମୁଁହ ବଙ୍କା?

ଦୁଆର ମୁଁହରେ ପସରା ମେଲେଇ

କେତେ ଜାତି ଚିଜ ଦେଲି ମୁଁ ଖେଳାଇ

ଅପସନ୍ଦ ହେଲେ କହିବା ହବ

ଦୁଆର କୀଳିଲେ ବଇନି ବେକାର

ଦିନକ ଖୋରାକି ହାତରୁ ଯିବ

ଜିନିଷରେ ମୋର କ୍ୱାଲିଟି ଅଛି

ଦାମ କମ ପୁଣି ଗେରେଣ୍ଟି ଦଉଚି

ଆସ ମା' ମାନେ... ଘରୁ ବାହାରି ଆସ

ଆପଣା ପସନ୍ଦ ଜିନିଷ ବାଛ

କାଲିକି ଜମା ଆସିବି ନାହିଁ

ଯିଏ ଯେତେ ହୁଅ ହାଇଁପାଇଁ

ଆଗ ହପତା ମୁଁ ଗାଁ କୁ ଯିବି

ତା ଆଗ ହପତାକୁ ପୁଣି ଆସିବି

ବେଗି ନିଅ ଏଠି ତତ୍କାଳ ସେବା

ଚକଚକିଆ ମାଲ ବେତାରେ ଭରତି 

ରୂପ ଭେକ କେଡେ ମନଲୋଭା

ଶାମ ମଉସା ର ଡାକରା ଶୁଣି

ରାନୁମାଉସି ଝରକା ଖୋଲି

ଡାକ ପକେଇଲେ ..."କିଏସେ,କ'ଣ ବିକୁଛ ?"ବୋଲି

"ମୁଁ ମା! ଶାମ ଫେରିବାଲା.. 

ଫେରିଯାଉଥିଲି ଦେଖିକି ତୁମର କବାଟ ତାଲା"

"ନାଇଁ ରେ ବାପା -

କୋଲପ ଟା, ଦିଏ ଆଖିକୁ ଧୋକା

ଛିଟିକିଣି ଦେଇ ଭିତରେ ଅଛି

ପୂଜାପାଠ ସାରି ହେଇ ଆସୁଛି

ଘଂଟାଏ ହବ ତୋ' ଗଜ ଗଜ ଶୁଣି

ମୁଣ୍ଡ ଟା ମୋର କେଡେ ବିନ୍ଧିଲାଣି!" 

"ମାଉସୀ! ଫିଟାଅ ତ ଟିକେ କବାଟ

ମୋ ପାଖେ ଅଛି ଯଂଡୁବାମ କରାଟ

ସଂଜୀବନୀ ସମ କରିବ କାମ

ବିନ୍ଧା କରିଦବ ପୁରା ହଜମ

ଦଶ ଟି ଟଙ୍କା ମାତ୍ର ଦାମ

ପ୍ରକୃତ ଦାମ ୟା'ର ଟଙ୍କା ପନ୍ଦର

ହେଲେ ଏବେ ଚାଲିଛି ଅଫ ସିଜିନ ଅଫର

ଦି ଚାରିଟା ଏଥିରୁ ରଖିଦେଇଥା

ମନେପକେଇବ ହେଲେ ମୁଣ୍ଡବିନ୍ଧା

ଯାଉଛି ମା' ଗୋ ଦିଅ ମେଲାଣି

ଖରା ତ ମୁଣ୍ଡ ଉପରକୁ ପାଇଲାଣି 

ପାରୁଛ ଯଦି, ଭରିଦିଅ ମୋର ପାଣି ବୋତଲ

ଖରା ଧାସ ରେ ହଉଚି ମଣିଷ କି କଲବଲ

ଘର ଆମ ଏଠୁ ଦୂର ବହୁତ

ସାଇକେଲ ପେଲି ଯିବାକୁ ହବ

ଦୁଆର ବନ୍ଧରେ ସଳିତା ଦେଇ

ଘରଣୀ ବସିଥିବ ବାଟକୁ ଚାହିଁ ।   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍