STORYMIRROR

Sujata Dash

Abstract Others

3  

Sujata Dash

Abstract Others

ଅସ୍ତମିତ

ଅସ୍ତମିତ

1 min
318

ବେଶୀ କିଛି ତ କହିନଥିଲି  

କହିପାରିନଥିଲି ବୋଧହୁଏ                       

ଓଠ ଥରିଉଠିଥିଲା

ଆଖି ମୋର ଅଭିମାନର ଅକାତକାତ ପାଣିରେ

ଉବୁଟୁବୁ ହଉଥିଲା 

ତୁମେ ବୁଝିପାରିଥିଲ କି ନା ଜାଣିନି

ହେଲେ ମୁଁ ଅପ୍ରାପ୍ତିର ଅବଶୋଷ ମନେଇନଥିଲି I


ବେଶୀ କିଛି ତ ଚାହିଁ ନଥିଲି !

କେବଳ ସଂକୁଚିତ ହସ ଟିକକ

ପାଣ୍ଡୁର ଓଠରେ ଜାକି ଧରିବାର ଲାଳସା       

ସେତିକି  ମାତ୍ର ଥିଲା କାମନା 

ବାସ ...   

ଆଉ ଅବିଶ୍ରାନ୍ତ ଧାରା ଶ୍ରାବଣର ଅନ୍ତ...?

ନା ନା ...

ସିଏ ଥିଲା କଳ୍ପନାର ଦିଗବଳୟ ବାହାରେ

କାହିଁକି ନା      

ନିଜକୁ ହଜେଇ ଖୋଜିବାର ସ୍ୱାଦ ମୁଁ ପାଇସାରିଥିଲି I      

        

ବେଶୀ କିଛି ତ ମାଗିନଥିଲି !

ଖାଲି ଚେନାଏ ଜୋଛନା ଧାରେ ଆକାଶ 

ଆଉ ମିଟି ମିଟି କରୁଥିବା ଗଣ୍ଡେ ତାରା

ଆଶା ତ ନଥିଲା ବେଶୀ ପାଇବାର 

ନ ସାଉଣ୍ଟିବାର 

ଖାଲି ଖୋଜିଥିଲି ଥୋକେ ଆତ୍ମିୟତା

କିଛି ଅନ୍ତରଙ୍ଗ ମୁହୂର୍ତ୍ତ 

ଆଉ ଦିପଦ ସୁଆଦିଆ କଥା  

ହେଲେ ସିଏ ସବୁ ଆଜି ଅସଙ୍ଗତ ସଂଳାପର ଗୁଚ୍ଛ   

ନୈରାଶ୍ୟର ଭବିଷ୍ୟ

ଯେମିତିକି ମାଟିରୁ ଭିନ୍ନେ ଗଛ  

ଏବଂ ମୁଁ ...

ନିଜ ଭିତରେ ଅସ୍ତମିତ  I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract