STORYMIRROR

Manaswinee Dash

Abstract

3  

Manaswinee Dash

Abstract

ବସନ୍ତ ବରଷର ଯୌବନ ଅବସ୍ଥା

ବସନ୍ତ ବରଷର ଯୌବନ ଅବସ୍ଥା

1 min
122

ସାରା ପୃଥିବୀର ଫେରିଆସେ ଚିର ଯୌବନ, 

ଯେବେ ହୁଏ ବସନ୍ତର ଆଗମନ, 

ଶୀତ ଯାଏ ଚାଲି ବିଦାୟ ନେଇଣ, 

ଚଊଦିଗେ ପ୍ରବାହିତ ଶୀତଳ ପବନ। 


ଶୁଭ୍ର ବରଫ ଆସ୍ତରଣ ଯାଏ ତରଳି, 

ପକ୍ଷୀ ମାନେ ଗାଆନ୍ତି ଚଇତାଳି, 

ରଂଗ ବିରଂଗ ଫୁଲ ଫୁଟେ ମାଳି ମାଳି, 

ଧରିତ୍ରୀ ଲାଗେ ତା ଶାଢୀରେ ରଖିଛି ସମ୍ଭାଳି। 


ସକାଳର ନାହଁ ଆଉ ସେହି କୁହୁଡି ଆସ୍ତରଣ, 

ଶୀତଳ ମଳୟ କରେ ଦେହ ଶିହରଣ, 

ନାନା ଫୁଲ ବାସନାରେ ବିମୁଗ୍ଧ ହୁଏ ମନ, 

ସତେକି ସୁପ୍ତ ପ୍ରୁଥିବୀ ପାଇଛି ପୁନ୍ହ ଜୀବଦାନ। 


ସବୁଆଡେ ଜମିଯାଏ ବଣ ଭୋଜିର ଆସର, 

କି ସୁନ୍ଦର ଲାଗେ କୁଳୁ କୁଳୁ ଝରଣାର ସ୍ବର, 

ପତ୍ର ସବୁ ନାଚି ଉଠେ ଯେବେ ବହେ ସମୀର, 

ଏ ସମୟ ତୁ ରହିଯା ଏଥର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract