STORYMIRROR

Manaswinee Dash

Tragedy

3  

Manaswinee Dash

Tragedy

କଳଙ୍କିତ ସଂପର୍କ

କଳଙ୍କିତ ସଂପର୍କ

1 min
196

ବାରମ୍ବାର ମନରେ ଉଙ୍କି ମାରୁଛି

କେବଳ ଗୋଟିଏ ପ୍ରଶ୍ନ, 

ତୁମ ଜୀବନରେ ଜଣେ ନାରୀ ଥାଉ ଥାଉ, 

ମୋ ସହିତ ସଂପର୍କ ରଖିବାର ମାନେ କଣ ? 

କାହିଁକି ମୋତେ ଜଣେଇଲନି ତୁମେ ବିବାହିତ ? 

ସତରେ ଆଜି ମୁଁ ମୋ ନିଜ ନଜରରେ ତଳେ ପଡିଛି, 

ଯେଉଁଥି ପାଇଁ ମୁଁ ଦାୟୀ ନୁହଁ,ତାରି କଷ୍ଟ ମୁଁ ଭୋଗୁଛି

ଅଜାଣତରେ ମୁଁ ଗୋଟେ ପରିବାରକୁ ନଷ୍ଟ କରିଥାନ୍ତି, 

ଧନ୍ଯ ସେଇ ଜଗତ ଗୋସେଇଁ ମୋତେ ଚେତେଇ ଦେଲେ, 

ନଚେତ ଗୋଟେ ସ୍ତ୍ରୀ, ଦିଟା ପିଲାର ଜୀବନ ମୁଁ ନଷ୍ଟ କରିଥାନ୍ତି।ତୁମେ ମୋତେ ଯେତେ ବୁଝେଇଲେ ବି ମୁଁ ବୁଝିବିନି,

ଚୁରମାର୍ ହୋଇଗଲା ମୋର ସବୁ ସ୍ବପ୍ନ, 

ଜୀବନସାରା ମୁଁ ରହିବି ଏକାକିନୀ। 

ଯେଉଁ ପୁରୁଷ ପରିବାର ଥାଉଥାଉ

ଅନ୍ୟତ୍ର ଗଡେଇ ମିଛ ସଂପର୍କ, 

ଦୁନିଆର ସବୁଠୁ ସିଏ ହୀନ, 

ସିଏ ଗୋଟେ ସାମାଜିକ କଲଙ୍କ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy