STORYMIRROR

Santanu Bisoi

Tragedy Others

5  

Santanu Bisoi

Tragedy Others

ଅସୁରକ୍ଷିତ ନାରୀ।

ଅସୁରକ୍ଷିତ ନାରୀ।

1 min
472


ପଡିଛି ମଳିନ କୁଆଁରର ଜହ୍ନ

ଛନ ଛନ ନୁହେଁ କୁଆଁରୀ ମନ

ନିରାଶା ଛାଇଛି କିଶୋରୀ ବଦନେ

ସୁରକ୍ଷିତ ନୁହେଁ ତନ ଯୌବନ।।


ରାସ୍ତାରେ ଭୁକୁଛି ଡାହାଳା କୁକୁର

ଲହଲହ ଜିହ୍ଵା ଡାହାଣା ଆଖି

କଣେଇ କଣେଇ ଚାହେଁ କେବେ ପୁଣି

ପଛରେ ଗୋଡାଏ ସେ ମାଂସ ଭକ୍ଷୀ।।


ଦେଖୁଥିବେ ମାଆ ଦେଖୁଥିବେ ବାପା

ଦେଖୁଥିବେ ଭାଇ ଇତର ଜନ

ନରମ ମାଂସକୁ ଭିଡି ଖାଇଯିବେ

ଡାହାଳା କୁକୁର ବିଟପ ସ୍ତ୍ରୈଣ।।


ଜଳିବ ଅନ୍ତର ବହିଯିବ ଅଶ୍ରୁ

ନସ୍ଫୁରିବ କଥା କାହା ବଦନୁ

ମନ ପୋଡିଯିବ କୋହ ବି ଆସିବ

ଦେଖି ଧର୍ଷିତାର କଅଁଳ ତନୁ।।


ସକାଳ ପାହିଲେ ଭୟଆତଙ୍କରେ

ଥରୁଛି କଲିଜା ଥରୁଛି ଦେହ,

କିପରି ପୁଜୀବ କୁମାର ପୂର୍ଣ୍ଣିମା

ସୁରକ୍ଷିତ ନୁହେଁ କୁଆଁରୀ ଝିଅ।।


କଅଁଳ ମାଂସର ଦୋକାନ ଖୋଲିଛି

ରଙ୍ଗ ଶାଳାମଧ୍ୟେ ନର ରାକ୍ଷସ 

ଉପଭୋଗ ପରେ କଲିଜା ବିକୁଛି

ବିକୁଛି ବୃକକ୍ ଆଖି ସର୍ବଶଃ।।

    

                  

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy