STORYMIRROR

Santanu Bisoi

Abstract Romance

3  

Santanu Bisoi

Abstract Romance

ପ୍ରେମର ପୁଲକ

ପ୍ରେମର ପୁଲକ

1 min
204

(ମୁକ୍ତ ଛାନ୍ଦ)

ଅଙ୍ଗେ ଅଙ୍ଗେ ଭରିଯାଏ ପ୍ରେମର ପୁଲକ

ପାଇ ତୁମ ପ୍ରଥମ ଛୁଆଁକୁ

ମଦାଳସୀ ଅଙ୍ଗେ ମୋର ଖେଳେ ଶିହରଣ

ସତେ କି ପାଇଛି ଆଜି ମୁଁ ରତୀଦେବଙ୍କୁ।।


ଉଲ୍ଲସିତ ମନେ ମୋର ଘଟିଅଛି

ଅନନ୍ତ ପ୍ରତିକ୍ଷାର ଅନ୍ତ

ସ୍ୱପ୍ନର କଣ୍ଢେଇ ଆଜି ମୋ ଛାତିରେ

ନିଡ଼ ବାନ୍ଧି ଖେଳୁଛି ଶତତ।।


ଦୂରେ ଗଲେ ଭଗ୍ନ ମନେ କରୁଛି ସେ

 ତିତୀକ୍ଷା ଅପାର

ଅଗୋଚରେ ବାହୁଡା ବାଟକୁ ଚାହୁଁଥାଏ ବାରମ୍ବାର।।


ଶତ କୋଟି ଚାନ୍ଦ କିବା ହାତରେ ଧରିଛି..

କୋଟିନିଧି ପାଇ ସତେ ଉତ୍ଫୁଲିତ ଅଛି..

ବକ୍ଷେ ଆସି ଲୋଟିଯାଏ କୋମଳ ଲତାଟେ ପରି,

ଦେଖେ ଯେବେ ତା ପାଖକୁ ମୁଁ ଆସିଛି ଫେରି।।


ପାଖେ ବସି ଖୁଆଇବା ଖାଇବାକୁ ଦେବା

ମନା କଲେ ଅଭିମାନେ ବଳେଇ ଖୋଇବା

ମାନେ ଅଭିମାନେ ମିଛେ କେତେ ମୁହଁ ସେ ଫୁଲାଏ

ଖାଦ୍ୟ ସାଥେ ସ୍ନେହ ପ୍ରେମ ପରଶି ଯେ ଦିଏ

ଏଇ ବୋଧେ ପ୍ରେମର ପୁଲକ,

ଏଇ ବୋଧେ ଜୀବନ ଝଲକ,

ଏଇ ବୋଧେ ଆତ୍ମାର ମିଳନ

ଏଇ ବୋଧେ ରତୀର ବନ୍ଧନ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract