Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santanu Bisoi

Action Others

4  

Santanu Bisoi

Action Others

ହୋଲି ଓ ଯୁଦ୍ଧ

ହୋଲି ଓ ଯୁଦ୍ଧ

1 min
255



ଏପଟେ ଚାଲିଛି ଫଲ୍ଗୁର ହୋରି

ସେପାଖେ ରକ୍ତର ହୋଲି,

ଏପାଖେ ଚାଲିଛି ଆନନ୍ଦ ଉତ୍ସବ

ସେପାଖର ମୁହଁ ନାଲି ।


ଏପାଖ ପବନେ ମଳୟ ବହୁଛି

ବସନ୍ତ କୁସୁମ ଛୁଇଁ

ସେପାଖର ବାୟୁ ଛାତି ଥରାଉଛି

ବାରୁଦର ଗନ୍ଧ ବାହି ।


ବାଦ୍ୟ ତାନେ ପିନ୍ଧି ଅବିରର ଟୀକା

ହୋଲି ଖେଳେ ଏଠି ଯୁବା

ଅନ୍ୟ ପକ୍ଷେ ଶୁଭେ ରଣରଦୁନ୍ଦୁଭି

ଛୁଟେ ପ୍ରାଣ ନେବା ଦେବା ।


ଜନନୀ ଜାୟା ଓ ଭଗିନୀ କତିରୁ

ବିଜୟର ଟୀକା ପିନ୍ଧି

ଡେଇଁପଡେ ବୀର ରଣପ୍ରାଙ୍ଗଣେ

ଦଶଶିର ଦେଇ ରୁନ୍ଧି ।


ସାମ୍ରାଜ୍ୟବାଦର ଅହମିକା ପାଇଁ

ବିଶ୍ୱ ବୁକୁରେ ଯୁଦ୍ଧ

ନିରବେ ଏ ଚିତ୍ର ଦେଖେ ଶାନ୍ତି ଦୂତ

ମନରେ ନଆଣି ଖେଦ ।


ବାରୁଦ ଦେଖେନି ଶତ୍ରୁ କିମ୍ବା ମିତ୍ର

ଧ୍ବଂସର ଲୀଳା ରଚେ

ମାନବ ସମ୍ବଳ ବିଧ୍ଵଂଶ ହେଉଛି

କରାଳର ଛାୟା ନାଚେ ।


ବିଶ୍ୱର ବୃହତ ଶକ୍ତି ସାଜିସିଛି

ଅନ୍ଧ ଧୃତରାଷ୍ଟ୍ର ପ୍ରାୟ

ଧ୍ବଂସର ଲୀଳାକୁ ଦେଖି ସେ ନଦେଖେ

ସତେ ଅବା ଅସହାୟ ।


ବିଶ୍ୱ ଭାତୃତ୍ବ ନାରା ଆଜି ଫିକା

ଯୁଦ୍ଧ ଲିପ୍ସିତର ଆଗେ

ଦୁଃଖ ଶୋକ ଆଉ ବିଲୟର ଗାଥା

ଜୟୀ ପରାଜୟୀ ଭାଗେ ।


ୟୁକ୍ରେନ ଆଉ ରୁଷିଆ ଦେଇଛି

ତାଣ୍ଡବର ଉପହାର,

କିଭଳି ପାଳିବା ହୋଲି ଦୋଳପର୍ବ

କୁହ ଶାନ୍ତି ସୌଦାଗର ।


ବିଜ୍ଞ, ବିଜ୍ଞାନୀ ଦେଖରେ ଅଗ୍ରଗତି 

"ଧ୍ବଂସ" ତୁମ ଅବଦାନ

ଆଧୁନିକ ବୋଲି ନିର୍ମାଣିଲ ଜାରେ

ସିଏ ନିଏ କୋଟି ପ୍ରାଣ ।


Rate this content
Log in

Similar oriya poem from Action