STORYMIRROR

Kabiratna Nutan Kumar Behera

Abstract Action Classics

4  

Kabiratna Nutan Kumar Behera

Abstract Action Classics

ଆରେ ଶ୍ରାବଣ ଆ...ଆ...

ଆରେ ଶ୍ରାବଣ ଆ...ଆ...

1 min
300


ଆରେ ଶ୍ରାବଣ ଆ...ଆ....

ମୂଷଳଧାରେ ତୁ ବରଷି ଯାଆ...

ଆକାଶେ ଭାସୁଛି ମେଘ ମାଳ ମାଳ

ଧଳା କଳା ରଙ୍ଗେ ହୁଏ ତା' ରୂପ ବଦଳ

ଝଟକେ ବିଜୁଳି ହୁଏ ଘଡ଼ଘଡି଼ ଶବଦ

ଆସିଲେ ତୁ ଖେଳି ଯିବ ଆନନ୍ଦ

ମାଟି କରି ରହିଛି ଆଁ

ଆରେ ଶ୍ରାବଣ ଆ...ଆ....

ମୂଷଳଧାରାରେ ତୁ ବରଷି ଯାଆ...

ଭସା ମେଘକୁ ଦେ ରେ ବରଷା କରି 

ବଣ ବିଲ ସାରା ଯାଉ ଜଳେ ପୁରି 

ସବୁଜ ସୁନ୍ଦର ସବୁଜିମା ଉଠିବ ହସି

ଘରେ ଆଉ ଚାଷି ରହିବନି ବସି

କରିବ ସିଏ ଦଉଡ଼ ଧାଁ

ଆରେ ଶ୍ରାବଣ ଆ...ଆ...

ମୂଷଳଧାରାରେ ତୁ ବରଷି ଯାଆ...

ଆଷାଢ଼ ତ ଗଲାଣି ଗରଜି ଗରଜି

ଚାଷର ସପନ ଯାଉଛି ରେ ହଜି

ଆସିଲେ ତୁ ଚଷା ଗାଇବ ଭିଜି ଭିଜି

ତୋ ଅସରା ଅସରା ଧାରାରେ ମଜି

ଚଳ ଚଞ୍ଚଳ ହେବ ଗାଁ

ଆରେ ଶ୍ରାବଣ ଆ...ଆ...

ମୂଷଳଧାରାରେ ତୁ ବରଷି ଯାଆ...

ଜଳ ବିନା ରହେନା ଜଗତ ଜୀବନ

ଚାରି ଦିଗ ଖାଁ ଖାଁ ଲାଗେ ଶ୍ରୀହୀନ

ଜଳ ବିହୁନେ ହେବ ସୃଷ୍ଟି ନାଶ

ମହୀରେ ମଣିଷ କେମିତି କରିବ ବାସ

ରହିବ ନାହିଁ ତାର ନାଁ

ଆରେ ଶ୍ରାବଣ ଆ...ଆ...

ମୂଷଳଧାରାରେ ତୁ ବରଷି ଯାଆ...

ତୋତେ ସ୍ବାଗତ କରୁ ଜଗତବାସୀ

ଆସିଲେ ତୁ ସମସ୍ତେ ହୋଇବେ ଖୁସି

କ୍ଷେତରେ ଫସଲ ଉଠିବ ମାତି

ଚାଷରେ ଖଟି ଚାଷି କରିବ ଉନ୍ନତି

ହସିବ ଏ ମାଟି ମାଆ

ଆରେ ଶ୍ରାବଣ ଆ...ଆ...

ମୂଷଳଧାରାରେ ତୁ ବରଷି ଯାଆ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract