STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ତୃଷା

ତୃଷା

1 min
254

                    ତୃଷା    

🖋️କବିରତ୍ନ ନୂତନ କୁମାର ବେହେରା

 ଶ୍ରମ କ୍ଳାନ୍ତିରେ ମୁଣ୍ଡର ଝାଳକୁ
 ଧୈର୍ଯ୍ୟର ସହ ସହିଷ୍ଣୁତାର ଗାମୁଛାରେ
ପୋଛି ମୋଡ଼ିମାଡ଼ି ଚିପୁଡ଼ି ଝାଡ଼ିଲା ବେଳକୁ
 ଆଖି ତଟସ୍ଥ ହୁଏ
ନୈରାଶ୍ୟର ଅନ୍ଧାରରେ
ଏଇଥି ପାଇଁ କି ପୂରେନା ଆଶାର ଥାଳ
 କଣ୍ଠ ଶୁଖିଯାଏ ତୃଷାରେ
 ଟୋପାଏ ଜଳ ପିଇବାକୁ ହେଲେ ଆତୁର
 ସାମ୍ନାରେ ମରୀଚିକା
କରେ ଝଲମଲ
 ମନ ମରୁରେ ସ୍ବପ୍ନର କେବଳ ନିର୍ଜୀବ ବାଲିସ୍ତୁପ
 କାଚ ଟୁକୁରାଟି କାଞ୍ଚନର ଭ୍ରମ ଜନ୍ମାଏ
ଅଦ୍ଭୁତ ଆକର୍ଷଣର ଏ ମୋହ
 ଚେତନାକୁ କରି ଦିଏ ମର୍ମାହତ
ଜୀବନ ଘୁରୁଛି ଶୂନ୍ୟତାର ଅଦୃଶ୍ୟ ବଳୟରେ
ମନ ଖୋଜେ ଜ୍ଞାନ ଧନ ଆଉ ମାନ
ଏକ ଫମ୍ପା ଗଛ କୋରଡ଼ରେ ସଞ୍ଚିବାକୁ
ତିଆରେ ଅହମିକାର ଲୋକ ଦେଖାଣିଆଁ ବସା
ଆଶଙ୍କାର ଝଡ଼ ବାତ୍ୟା ଆସିବ କି ମାଡ଼ି
କାଳ୍ପନିକ ଭୟରେ ହୋଇ ଅଥୟ
ଉଦ୍ୟମର କୋଦାଳରେ ପରସ୍ତ ପରସ୍ତ ମାଟି
ହାଣି ଓଲଟାଇ ପକାଏ ଘାସର ଚେକା ସବୁ
ଯତ୍ନରେ ବାନ୍ଧେ ଯେଉଁ ବନ୍ଧ 
ଅନାହୁତ ଦୁଃଖର ବନ୍ୟା ଆସି ଧୋଇ ନିଅ
ରହେନା ତାର ଆଉ କିଛି ବି ଚିହ୍ନ ବର୍ଣ୍ଣ
ବଢି ବଢ଼ି ଯାଏ ତୃଷା...ସ୍ଫୁରେ ନାହିଁ ମୁହଁରୁ ଭାଷା
ଅଥଳ ସାଗରର ଢେଉ ପରି କାମନା
ମନକୁ କରି ଆନ୍ଦୋଳିତ
ମାଡ଼ି ଆସି ମୁଣ୍ଡ ପିଟେ ବେଳଭୂମିରେ
ରୁଗ୍ଣ ମାନସିକତା ହୁଏ ଜରାଜୀର୍ଣ୍ଣ
କଙ୍କାଳସାର ସତୃଷ୍ଣ ପ୍ରାଣର ତୃଷା
ମେଣ୍ଟେନା ମୋହରେ
ଭୋଗେ ଖାଲି ଦୁର୍ବିଷହ ଯନ୍ତ୍ରଣା
 ହୋଇ ଆଶାୟୀ ଶୂନ୍ୟ ଆକାଶକୁ ରହେ ଚାହିଁ 
କେତେବେଳେ ବର୍ଷିବ ଅସରାଏ ବର୍ଷା
କି ଅବଶୋଷ...କି ଅବସାଦର ଏ ତୃଷା...?  
    
  କୋହି,ବାରିପଦା,ମୟୂରଭଞ୍ଜ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract