STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ମାଆର ଚୁମ୍ବନ ସବୁଠୁ ମିଠା

ମାଆର ଚୁମ୍ବନ ସବୁଠୁ ମିଠା

1 min
217

    ମାଆର ଚୁମ୍ବନ ସବୁଠୁ ମିଠା


  ✍️କବିରତ୍ନ ନୂତନ କୁମାର ବେହେରା


ମାଆ ତ ମା' ସାରା ଦୁନିଆଁରେ ସବୁଠାରୁ ବଡ଼

ଆଶିଷରେ ତାର ଜିଣି ଯାଉ ଗଡ଼ ପରେ ଗଡ଼ 

ତା' ଲାଗି ବିକାଶେ ପ୍ରକାଶେ ଯେତେ ପ୍ରତିଭା

ମାଆର ଦୟା କରୁଣାରେ ବିଚ୍ଛୁରିତ ହୁଏ ଆଭା 

ସନ୍ତାନର ମୁଣ୍ଡ ଉପରେ ରଖି ହାତ କରେ କଲ୍ୟାଣ

ବର୍ଣ୍ଣିଲେ ସରେ ନାହିଁ ତା'ର ମହନୀୟ ଗୁଣ 

ମା' ବନ୍ଦନୀୟା ପୂଜ୍ୟନୀୟା ଦେବୀ ସ୍ଵରୂପିଣୀ 

ଜୀବନ୍ତ ଦେବୀ ସେ କୃପାମୟୀ ଅଭୟଦାୟିନୀ 

ସ୍ନେହ ମମତାର ସେ ପୁଣ୍ୟତୋୟା ଗଙ୍ଗା

ତା' କରୁଣା ହେଲେ ଊଣା ବୁଡ଼େ ଜୀବନ ଡ଼ଙ୍ଗା 

ମାଆ ସର୍ବଂସହା ମହନୀୟା ଧୈର୍ଯ୍ୟଶୀଳା 

କେବେ କୌଣସି ପରିସ୍ଥିତିରେ କରେନା ହେଳା 

ସରାଗରେ କୋଳେଇ ନେଇ କରେ ଗେଲ

ତା' ସନ୍ତାନକୁ ସେ ସବୁଠୁ ବେଶି ପାଏ ଭଲ 

ହୃଦୟରୁ ତାର ଝରୁଥାଏ ଆଶିଷର ଅମିୟ ଝର 

ସେବା ଯତ୍ନରେ ଆଦର କରୁଥାଏ ସେ ନିରନ୍ତର

ଘରକୁ ମନ୍ଦିର କରି ଗଢ଼େ ସେ ଦେଇ ଲୁହ ଲହୁ

ମା'ର କଲେ ସେବା ସନ୍ତୁଷ୍ଟ ହୁଅନ୍ତି ମହାବାହୁ 

ସାରା ସୃଷ୍ଟିରେ ସବୁଠୁ ବଡ଼ ମାଆର ମହିମା

ଆକାଶ ସାଗର ପରି ମାପି ହୁଏନା ତା' ସୀମା 

ସଂସାରରେ ସେଇ ମାଆର ଚୁମ୍ବନ ସବୁଠୁ ମିଠା

ତା' ସେନେହ ମମତାରେ ଜୀବନେ ଲଭୁ ପ୍ରତିଷ୍ଠା 

ତା' ସାଥେ ତୁଲ ହୁଏନା ସଂସାର ଯେତେ ସବୁ 

ଏ ଦୁନିଆଁରେ ମା'ଠାରୁ ବଡ଼ ନାହିଁ କିଛି ଆଉ 

ତାହାରି ଲାଗି ଆଶା ଆକାଂକ୍ଷା ହୁଅଇ ସାକାର

ମା' ବିନା ସାରା ଜଗତ ଲାଗେ ଘନ ଅନ୍ଧକାର 

ମା'ର ମନ କଥା ବୁଝି ତା' ଓଠରେ ଦେଲେ ହସ

ସର୍ବ ଦେବାଦେବୀ ସନ୍ତୁଷ୍ଟରେ ଦିଅନ୍ତି ଆଶିଷ  

ଯୁଗେ ଯୁଗେ ଅତୁଲ୍ୟ ମା'ର ସେବା ତ୍ୟାଗ ନିଷ୍ଠା

ମମତାମୟୀ ମା'ର ଚୁମ୍ବନ ସବୁଠୁ ମିଠା...।


        କୋହି,ବାରିପଦା,ମୟୂରଭଞ୍ଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action