Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Action

4  

Sarojini Mishra

Action

ସୁଖ ଘେନି ଆସ ନୂଆ ବରଷ

ସୁଖ ଘେନି ଆସ ନୂଆ ବରଷ

2 mins
9



ସବୁ ବର୍ଷ ପରି ତେଇଶି ଯାଉଛି

ଅତୀତେ ହେବାକୁ ଲୀନ

ସୁଖ ଦୁଃଖ ପୁଣି ଆଶା ନିରାଶା ର

ମୁକ ସାକ୍ଷୀ ସେ ମଉନ ।


ସବୁବର୍ଷ ପରି ସମୟ ଚକ୍ରରେ

ଆସୁଛ ଆହେ ଚବିଶି

ଆଶା ଦିପାଳୀ ଜାଳି ବସି ଅଛି

ସୁଖ ଯେ ଆସୁଥିବ ଭାସି । 


ସୁଖ ନେଇ ଆସ ହେ ନୂଆ ବରଷ 

ତୁମକୁ ସ୍ଵାଗତ କରୁ

ସଦ୍ଭାବନା ମନ୍ତ୍ର ଉଚ୍ଚାରି ଆସ ହେ

ବିଶ୍ଵକୁ ମୋହିତ କରୁ ।


ସୁଖ ନେଇ ଆସ ନୂଆ ବରଷ ହେ

ଧର୍ମ ଧ୍ଵଜା ଯେ ଉଡାଅ

ପ୍ରୀତି ବରଷାରେ ପ୍ରେମ ପରଶରେ

ଶାନ୍ତିର ସଂଗୀତ ଗାଅ ।


ସୁଖ ନେଇ ଆସ ନୂଆ ବରଷ ହେ

ସତ୍ୟର ବିଜୟ ହେଉ

ଘୁଞ୍ଚି ଯାଉ ଯେତେ କଷଣ ଧରାରୁ

ଜଗତେ ଆନନ୍ଦ ଭରୁ ।

 

ସୁଖ ନେଇ ଆସ ନୂଆ ବରଷ ହେ

ଧରା ସବୁଜରେ ଭରୁ

ଦୈବ ଦୁର୍ବିପାକ ନ ଆସୁ ଜଗତେ

ମନରେ ଧଇର୍ଯ୍ୟ ପୁରୁ ।


ନବୀନ ପ୍ରଭାତେ ନୂତନ ଆଭାରେ

ନବ କିରଣ ପରଶ

ସବୁଜ ଶାଢୀରେ ମୁକ୍ତା ଛିଆଣିରେ

ଦିଅ ଆଶା ର ପିୟୁଷ ।


ସୁଖ ନେଇ ଆସ ଅପୂର୍ବ ଛନ୍ଦରେ

ହିଂସା, ଦ୍ୱେଷ ଚାଲି ଯାଉ

ଅନୁରାଗ ବର୍ଷା ହେଉ ଏ ଧରାରେ

ନବ ଦିଗନ୍ତ କୁ ଭରୁ । 


ଅଶାନ୍ତ ମନରେ ଶାନ୍ତିର ପ୍ରଲେପ

ଦିଅ ହେ ନୂଆ ବରଷ

ଦିଗ୍ ଭ୍ରାନ୍ତକୁ ଦିଆ ନୂତନ ଦିଶା ହେ

ଭରୁ ତା ମୁହଁରେ ହସ ।


ସତ୍ୟ ନ ହରଉ ନିଜସ୍ଵ ଅସ୍ତିତ୍ଵ

ମାନବତା ଜାଗି ଉଠୁ

କର୍ମର ଧାରା ଯେ ମର୍ମରିତ ହେଉ

ବିଶ୍ଵାସ ବୋଧ ନ କଟୁ ।


ସୁଖ ନେଇ ଆସ ନୂଆ ବରଷ ହେ

ସଭିଙ୍କୁ ଯେ ନ୍ୟାୟ ମିଳୁ

ମନ ଚେତନାରେ ମଣିଷ ପଣିଆ

ଶାନ୍ତି ର ବରଷା ଢାଳୁ ।


ପ୍ରତି ଜୀବନର ପତରେ ପତରେ

ଆଶା ଗୀତି ଲେଖି ଦିଅ

ଯୁବକ କାନରେ ଆହ୍ବାନର ବାଣୀ

ତୁମେ ପହଞ୍ଚାଉ ଥାଅ ।


ସୁଖ ନେଇ ଆସ ନୂଆ ବରଷ ହେ

ନବ ଉନ୍ମାଦନା ଦିଅ

ଭ୍ରାତୃତ୍ଵ ଭାବର ଉନ୍‌ମେଷ କର ହେ

ବିଶ୍ଵ ହେଉ ମଧୁମୟ ।


କର୍ତ୍ତବ୍ୟ ନିର୍ଝରେ ସଭିଏଁ ଭିଜନ୍ତୁ

ବୁଝନ୍ତୁ ଦାୟୀତ୍ଵ ବୋଧ

ଶୁଦ୍ଧ ମନ ନେଇ ଶ୍ରେଷ୍ଠ ଜୀବ ହୋଇ

ଦେଖାନ୍ତୁ ତାଙ୍କ ମହତ୍ତ୍ଵ ।


ସୁଖ ନେଇ ଆସ ନୂଆ ବରଷ ହେ

ଖୁସୀର ବରଷା କର

ସତ୍ ଚିନ୍ତନ ଆଉ ସଦ୍ ଭାବନା ପୁଷ୍ପେ

ଜଗତ କର ସୁନ୍ଦର ।


ସ୍ଵାଗତ କରୁଛି ନୂଆ ବରଷ ହେ

ଆଧ୍ୟାତ୍ମ ଚେତନା ଦିଅ

ନବୀନ ଆଶାର ସୁନେଲୀ କିରଣ

ପରଶ ଯେ ଦେଉ ଥାଅ ।


ଲିଭାଇ ଦିଅ ଗୋ ଅତୀତ ବେଦନା

ଅନୁଭବ ଶିକ୍ଷା ଦିଅ

ଜୀବନେ ଲଗାଇ କୁସୁମ ଫୁଟାଇ

ଖୁସୀ ବାଣ୍ଟିବାକୁ କୁହ ।।


Rate this content
Log in

Similar oriya poem from Action