STORYMIRROR

Gangotri Priyadarshini

Action Inspirational

4  

Gangotri Priyadarshini

Action Inspirational

ମୋ ବୋଉ ପାଇଁ ଲେଖିଛି

ମୋ ବୋଉ ପାଇଁ ଲେଖିଛି

1 min
393

ବୋଉ ତୁ ପରା 

ସବୁ ସମୟରେ ମୋ ସହ ଥାଉ

ମୋର ବର୍ତମାନରେ ମୋର ଅବର୍ତମାନରେ

ରକ୍ତ ମାଂସ ଦେହଧାରୀ ଦେବୀ ଟିଏ ହେଇ

ପବନରେ ,ମାେ ନିଃସଙ୍ଗତାରେ

ତୋ କଥା ହିଁ ବାରମ୍ବାର ମାେ କାନକୁ ଶୁଭିଯାଏ ।


ତୋ ଅନୁପସ୍ଥିତିରେ ସେ ଅଣାନିଶ୍ୱାସି ହେବା କଷ୍ଟ ଟା

ସବୁ ପିଲାମାନେ ଠିକ୍ ବୁଝି ପାରନ୍ତି

ମାେ ଅଜାଣତରେ କେତେ ଥର ଯେ

ମୁଁ ଅନ୍ୟମନସ୍କ ଭାବେ ବୋଉ ବୋଉ ଡାକି ଦେଇ ଥାଏ

ସେତେବେଳେ ଛାତି ଫାଟି ଗଲା ପରି ଲାଗେ

ଆଉ ହୃଦୟଙ୍ଗମ କରେ ତୁ ମାେ ପାଇଁ କେତେ ମୂଲ୍ୟବାନ।


ଆଜିଯାଏ ଜୀବନର ଅଧା ରାସ୍ତା ଯାଏ ପ୍ରାୟତଃ

ମୁଁ ପୂର୍ବବତ ବାପା ଆଉ ତୋ ସହ

ନିଶ୍ଚୟ କେଉଁ ଏକ ଅଦୃଶ୍ୟ ପୁଣ୍ୟବଳ କଥା

ତୁ ମୋ ଆଖି ପାଖରେ ନଥିଲେ

କେମିତି ଏଇ କେତେଟା ଦିନ କଟିବ

ଭାବି ଭାବି ଭାରି ଅସହାୟ ବୋଧ ହୁଏ

ଜୀବନ ବୋଝ ଭଳି ଲାଗେ ।


କେବେ କହି ପାରିନି ମୁଁ ତୋତେ

କେତେ ଭଲପାଏ

ଜାଣିଛି ତୁ ଖାଲି ହସିଦେବୁ ପ୍ରମାଣ ବି ମାଗିବୁନୁ

ମୁଁ କି ପ୍ରମାଣ ଦେବି ଯେ ଟି ପାଖରେ।


ତୁ ହୁଏତ ଦେଖି ପାରିନୁ

ଅଦୃଶ୍ୟରେ ମାେ ପ୍ରାଣ ପକ୍ଷୀ 

ତୋ ପଛରେ ହିଁ ଧାଉଁଥାଏ

ବୋଉ ଲୋ ମୋ ସ୍ଥିତି ତୋ ବିନା ବଡ଼ ଶୁନ ଟେ ବୋଲି ଜାଣିଥା

ତୋ ଠାରୁ ଅଲଗା ହେଇ ଜୀବନ କୁ ଭାବିଦେଲେ

ମନଟା ମାେ ଅଦେଖା କୋହରେ ବତୁରି ଯାଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action