STORYMIRROR

Gangotri Priyadarshini

Classics Inspirational

4  

Gangotri Priyadarshini

Classics Inspirational

ନୀରବ ପ୍ରେମ

ନୀରବ ପ୍ରେମ

1 min
454

ଝରି ଯିବାକୁ ଦିଅ ଏ ଆଖି ଲୁହ ,

ହୃଦୟର କେବଳ ଭରି ଯାଉ ତୁମ ପ୍ରେମ ଭାବରେ

ଅପେକ୍ଷାରେ ବଞ୍ଚିବାକୁ ଦିଅ ତୁମ ପାଇଁ 

ମୋ ଶେଷ ନିଃଶ୍ୱାସ ଯାଏ

କେହି ନ ଜାଣୁ ମୁଁ ତୁମର କିଏ ବୋଲି

ତୁମେ ବି ନିଶବ୍ଦ ହେଉଥାଅ ଆମ ପ୍ରେମ ପରିଚୟକୁ ନେଇ

କୁହ ଆଉ ମୁଁ କେମିତି ତୁମକୁ ଶାନ୍ତ୍ବନା ଦେବି

ଆମର ଏ ସର୍ତ୍ତ ବିହୀନ ସମ୍ପର୍କ ପାଇଁ।।


ତୁମେ ହିଁ ତ କହିଥିଲ,

ଆନନ୍ଦରେ ବଞ୍ଚିବା ଶିଖିଯା 

ଯେମିତି ପ୍ରେମକୁ ନେଇ ବଞ୍ଚୁଥାନ୍ତି ପ୍ରେମିକ ପ୍ରେମିକା

ଯେମିତି ଲାଗେ ଏ ଦୁନିଆରେ ଆଉ କେହି ନାହାନ୍ତି

କେବଳ ମୁଁ ତୁମେ ଆଉ ଆମ ସମ୍ପର୍କର ଅସ୍ଥିତ୍ୱ ।।


ତୁମେ ମୋ ପାଇଁ ଖୁବ୍ ଖାସ,

କିଛି ତ ଚାହେଁନି ତୁମ ସହ ନୀରବ ,

ନିର୍ଭୀକ ମୁହୂର୍ତ୍ତ ବ୍ୟତୀତ

ସତରେ ଖୁବ୍ ମୂଲ୍ୟବାନ ଏ ହୃଦୟର ଭାବନା

ଜାଣି ରଖ ଯେଉଁଠି ବି ଥାଏ ମୁଁ,

ମୋ ସାମ୍ନା ରାସ୍ତାର ଶେଷ ଯାଏ

ଯେଉଁଠି କି ମୋ ଆଖି ନିତି ଧାଇଁ ଖୋଜୁଥାଏ ତୁମକୁ ।।


ଉତ୍ତର ବି ମୁଁ ଜାଣେ,

ଆମେ ଦୁହେଁ ଚନ୍ଦ୍ର ଆଉ କୁମୁଦ ପରି

ଆମ ପ୍ରେମ ସାର୍ଥକତା କେବଳ ହୃଦୟରେ ସାଇତା

କିଛି ଅନ୍ତରଙ୍ଗ ସ୍ମୃତି ଆଉ ନୀରବ ବିଭୋର ଗୀତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics