STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ଭାବ ବିନିମୟେ ଭାବ

ଭାବ ବିନିମୟେ ଭାବ

3 mins
326


ଭାବ କୁ ନିକଟ,ଭାବ ରେ ମିଳନ

ଭାବ ଭାବରେ ସମ୍ପର୍କ

ଆତ୍ମା ବିହ୍ଵଳିତ ଭାବ ବିନିମୟେ

ଭାବ ବନ୍ଧନ ସାର୍ଥକ

ଭକ୍ତର ଭାବରେ ବନ୍ଧା ଭଗବାନ

ଅନ୍ତର ଭାବକୁ ଚିହ୍ନି

ଭକ୍ତି ନିଷ୍ଠା ସହ ହୃଦୟ ଜଡ଼ିତ

ଅନ୍ତର ଆତ୍ମାକୁ ଜାଣି

ଭାବର ଡୋରୀରେ ଭକ୍ତ ଭଗବାନ

ହୋଇଛନ୍ତି ଛନ୍ଦା ଛନ୍ଦି

ଭକ୍ତର ଆକୁଳ ନିବଦନ ପ୍ରତି

ପ୍ରଭୁ ପ୍ରାଣ ଉଠେ କାନ୍ଦି

ଅନ୍ତରରେ ରାଧା ରଖି ଥିଲା ଭାବ

ହୃଦୟର ଖୋଲା ଭାବ

ସେଇ ଭାବରେ କାହ୍ମା ହେଲେ ବିହ୍ବଳ

ଭାବରେ ମିଶିଲା ଭାବ

ହେଲା ପ୍ରକାଶିତ ବିହ୍ୱଳ ଆବେଗ

ରାସ ରସେ ବଂଶୀ ସ୍ୱରେ

କେତେ ପ୍ରେମ ସେହି ଭାବର ଗାମ୍ଭିର୍ଯ୍ୟ

ଭକ୍ତ ସେହି ଭାବ ସ୍ମରେ

ଯୁଗ ପରେ ଯୁଗ ରାଧାକୃଷ୍ଣ ନାମ

ଗୁଞ୍ଜରିତ ମାନସରେ

ରାଧା ଭାବର ପରାକାଷ୍ଠା ଅମର

ପ୍ରେମ ଭାବ ଆକାରରେ

ମୀରା ର ସ୍ୱଭାବ ଭକ୍ତି ନିଷ୍ଠା ଭାବ

ଅହରହ କୃଷ୍ଣ ଭାବ

ଭାବରେ ନିମଗ୍ନ ହୃଦୟେ ସର୍ବତ୍ର

କୃଷ୍ଣ ଛବି ପ୍ରତିବିମ୍ବ

ଭାବ ର ସ୍ରୋତରେ ବିଷ ଭାସିଗଲା

ବଞ୍ଚି ରହିଲା ଜିବନ

ଭାବ ର ଧାରା ବି ରହିଲା ବଜାୟ

କୃଷ୍ଣ ହିଁ ମୀରା ଜୀବନ

ବନ୍ଧୁତ୍ୱ ର ଭାବ ସୁଦାମା ସହିତ

ଖୁଦ ଭଜା ମନ ଜିଣି

ବନ୍ଧୁ ଭାବେ ଭାବ ହେଲା ଉଜ୍ଜୀବିତ

ବନ୍ଧୁ ସ୍ବଭାବ ବଖାଣି

ବନ୍ଧୁର ଭାବରେ ବାନ୍ଧିଲେ ନିଜକୁ

ପିଲା ଦିନ ବନ୍ଧୁ ଭାବ

କୃଷ୍ଣ-ସୁଦାମା ର ବନ୍ଧୁତ୍ୱ ଭାବକୁ

ଏ ଭବ ଗାଏ ସେ' ଭାବ

ଅର୍ଜୁନ ବିଷାଦେ ଜଣାଇଲା ଭାବ

ଉଦୟ ହୋଇଲା ଭାବ

ବ୍ରହ୍ମଜ୍ଞାନ ର ଭାବ ପରିପ୍ରକାଶ

ବିଷାଦ ଖଣ୍ଡନେ ଭାବ

ବିଶ୍ଵରୂପ ଦର୍ଶନରେ ଦିବ୍ୟଜ୍ଞାନ

ଦିବ୍ୟ ଜ୍ଞାନ ସହ ଭାବ

ଅନ୍ତରେ ବିଷାଦ ଭାବ ଦୂର ହେଲା 

ଭାବଗ୍ରାହୀ ଜାଣେ ଭାବ

ଭାବ କଣ ଜାଣି ନ ଥିଲା ଶବରୀ

ଚାଖି ମିଠା ଖଟା କୋଳି                   

ଚାଖିବା ଭାବରେ ହୃଦୟର ଭାବ

ରାମ କଥା ମନେ ଭାଳି

ଅଇଁଠା ନୁହେଁ,ସେ' ଭାବ ନିଦର୍ଶନ

ଜାଣିଲେ ସାରା ଜଗତ

ଶବରୀ ଅଇଁଠା ଖିଆ କହି କହି

ରାମ ନାମେ ପ୍ରଣିପାତ

ଭାବ ହିଁ ଈଶ୍ୱର ସର୍ବବ୍ୟାପୀ ଭାବ

ନୀଳାଚଳ ଧାମେ ଭାବ

ସାମାନ୍ୟ ନଡ଼ିଆ ସମର୍ପି ଦାସିଆ

ନଡ଼ିଆ ମାଧ୍ୟମେ ଭାବ

ଭାବରେ ଷାଠିଏ ପଉଟି - ଖିଆଙ୍କୁ

ବାନ୍ଧି ରଖିଲା ଦାସିଆ

ଦାସିଆ ନଡ଼ିଆ ହୋଇଲା ଚର୍ଚ୍ଚିତ

ଭାବ ଭାବରେ ନଡ଼ିଆ

କାହିଁ କେତେ କେତେ ଭାବର ପୁଜାରୀ

ଚାଲି ଭାବର ରାସ୍ତାରେ

ଲକ୍ଷ୍ୟ-ସ୍ଥଳୀ ପ୍ରାପ୍ତ ହୋଇଲେ ଭାବରେ

ସମର୍ପଣ ର ଭାବରେ

ଭାବରେ ନିଷ୍ଠା ମିଳେ ପରାକାଷ୍ଠା

ଭାବ ଥିଲେ ସଦା ରହି

ସମର୍ପଣ ଭାବ ଦେଖନ୍ତି ନିରେଖି

ଭାବ ପ୍ରିୟ ଭାବଗ୍ରାହୀ

ଭାବ ଥିଲେ ଭାବ ହେବନି ଅଭାବ

ଭାବ ବିନିମୟେ ଭାବ

ହୃଦୟ ର ଭାବ ବୁଝଇ ହୃଦୟ

ଭାବ ଦେଲେ ମିଳେ ଭାବ

ଭାବ ରୁ ସମ୍ପର୍କ ଭାବ ରୁ ହିଁ ପ୍ରେମ

ଯହିଁ ଅଛି ଭାବ ଧାରା

ସମ୍ପର୍କ ର ସେତୁ ହୁଅଇ ସୁଦୃଢ଼

ଭାବର ବ୍ୟାଖ୍ୟା ନିଆରା

ସ୍ବତଃ ପ୍ରଵୃତ୍ତଃ ଭାବେ ଭାବର ସୃଷ୍ଟି

ହୃଦୟ ଗଳିକନ୍ଦି ରୁ

ମନ ଓ ହୃଦୟ ନିହାତି ଜଡ଼ିତ

ଭାବ ଉତ୍ପନ୍ନ ତହିଁରୁ

ଥିଲେ ହୃଦେ ଭାବ ଆପେ ମିଳେ ଭାବ

ଭାବ ଧାରା ଅବ୍ୟାହତ

ଭାବରେ ବି ବନ୍ଧା ଜଗତର ନାଥ

ଭାବ ପ୍ରିୟ ଜଗନ୍ନାଥ

ଭକ୍ତ ହୃଦୟର ଭାବ ପରଖନ୍ତି

ଭାବ ବିନୋଦିଆ ହରି

ଭକ୍ତି ଭାବ ଥିଲେ ଭକ୍ତ ହୃଦୟକୁ

ପ୍ରଭୁ ନିଅନ୍ତି ଆବୋରି

ଭାବ ପରିଭାଷା ହୃଦୟକୁ ଜଣା

କିପରି ହୋଇବ ଭାବ

ହୃଦୟକୁ ଥରେ ଛୁଇଁ ଗଲେ ଭାବ

ମନ ଭାବରେ ବୁଡିବ

ପରଷ୍ପର ପ୍ରତି ଭାବ ଦିଆନିଆ

ଭାବ ଦେଲେ ଭାବ ରହେ

ଭାବକୁ ଜଗାଇ ଭାବରେ ବୁଡ଼ିଲେ

ସମ୍ପର୍କ ଅତୁଟ ହୁଏ

ମାନବିକତା ର ଭାବ ଆଉ ନାହିଁ

ଆଜିକାଲି ସମାଜରେ

ନିଜ ନିଜ ଭାବ ନାହିଁ ବିନିମୟ

ମଗ୍ନ ନିଜର ସ୍ବାର୍ଥରେ

ଭାବ ଯାହା ହେଉ ଅନ୍ୟର ହୃଦୟେ

ଜାଗି ଉଠୁ ନିଜ ଭାବ

ଭାବ ପୂର୍ଣ୍ଣ ହୃଦେ ହାତ ବଢାଇଲେ

ଭାବ ହେବନି ଅଭାବ

ଭାବକୁ ନିକଟ ଅଭାବକୁ ଦୂର

ଭାବୁକ ଭାବର ଉକ୍ତି

ଭାବ ଥିଲେ ସର୍ବେ ହେବେ ଆପଣାର

ଭାବରେ ହିଁ ଗତି ମୁକ୍ତି

ଭାବ ସୃଷ୍ଟି ହୁଏ ଥିଲେ ହୃଦେ ଭାବ

ସାଗର ସଦୃଶ ଭାବ

ଭାବ ଢେ଼ଉ ଯଦି ଉଜାଣୀ ଉଠିବ

ଲୁପ୍ତ ହେବ ଭେଦ ଭାବ

ପ୍ରେମ ସ୍ନେହ ଭଲ ପାଇବାର ଭାବ

ଜାଗ୍ରତ ହେଉ ମନରେ

ବସୁଧୈବ କୁଟୁମ୍ବକମ୍ ର ଭାବ

ବ୍ୟାପି ଯାଉ ସମାଜରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract