STORYMIRROR

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ପରମେଶ୍ଵରଙ୍କ ଇଛାରେ 

ପରମେଶ୍ଵରଙ୍କ ଇଛାରେ 

1 min
13


ପରମେଶ୍ଵରଙ୍କ ଇଛାରେ ପ୍ରାୟତଃ
ଲୀଳା ହୁଏ ସଂଘଟିତ 
ଇଛା ମାତ୍ରେ ସୃଷ୍ଟି ସ୍ଥାବର ଜଙ୍ଗମ
ଇତର ଜୀବ ଜଗତ 
ଅସଂଖ୍ୟ ପ୍ରାଣୀଙ୍କୁ ନିତ୍ଯ ସର୍ବବ୍ୟାପୀ 
ଭାବିଲେ ସର୍ବେ ସମାନ 
ସେପରି ସ୍ଥିତିରେ ନିୟନ୍ତ୍ରଣ କାର୍ଯ୍ୟ
ଅସମ୍ଭବ ଓ କଠିନ
ଶାସନ କର୍ତ୍ତାର ଆସନ ସର୍ବାଗ୍ରେ
ବ୍ୟାପକ ହେବା ବିଧେୟ
ଶାସନାଧୀନ ଯେ ହୋଇବ ବ୍ୟାପକ 
ନୁହେଁ କି ତା ଅତିଶୟ !!!
ଯେଉଁ କାରଣରୁ ଏ ଜଗତ ଯୁକ୍ତ
ଅବା ଯା' ଠାରୁ ଉତ୍ପନ୍ନ
ସେ ଅଟେ ଶାସକ ,ଯୋଗ୍ୟ ସେହି ପଦ 
ଯାହା ସୃଷ୍ଟିର ନିଦାନ

ସୃଷ୍ଟିକର୍ତ୍ତା ଦ୍ଵାରା ଏ ସୃଷ୍ଟି ଉତ୍ପନ୍ନ
ପୁଣି ପ୍ରତି ଉପାଦାନ 
ଉପାଦାନ ମୂଳ କାରଣ ଅଟନ୍ତି
ପରଂବ୍ରହ୍ମ ନାରାୟଣ
ପରମେଶ୍ବରଙ୍କ ସ୍ୱରୂପ ଏ ବିଶ୍ୱ
ବିଶ୍ଵ ନିୟନ୍ତା ବି ସେହି
ପରମପିତାଙ୍କ ଆସନରେ ବସି
ହର୍ତ୍ତା କର୍ତ୍ତା ଭାବ ବହି
ସମାନ ଭାବରେ ଶାସନ ହେଉଛି
ନାହିଁ ପରାପର ଭାବ
ଶାସନ କର୍ତ୍ତା ଓ ଭାଗ୍ୟ ବିଧାତାର 
ନାହିଁ କିଛି ଭେଦ ଭାବ
ଯଦି କେହି କହେ ଜାଣିଛି ତାହାଙ୍କୁ
ପ୍ରକୃତରେ ଅଜ୍ଞ ସିଏ 
ବୁଦ୍ଧି ଅନ୍ତର୍ଗତ ବିଷୟକୁ ନିଜେ
ଜାଣିବା କେବଳ କହେ
ପରମପିତାଙ୍କ ଚରଣେ ଶରଣ
ଅଭୟ ପ୍ରାପ୍ତି ଅବଶ୍ୟ
ଇଛାମୟ ଯଦି ଆବୋରି ନିଅନ୍ତି
ଭବ ଭୟ ନିଶ୍ଚେ ନାଶ
ନଦୀ ନିଜ ନାମ ରୂପ ବିଲୀନ ରେ
ସମୁଦ୍ରରେ ଯାଏ ମଜ୍ଜି 
ସବୁ ଫୁଲ ରସ ମିଶ୍ରଣରେ ମହୁ
ଫୁଲ ସତ୍ତା ଯାଏ ହଜି
ନଦୀ ଅବା ଫୁଲ ନିଜ ସତ୍ତା ଆପେ
ହରାଇ ଖୁସି ଯେପରି
ସବୁ ଜୀବ ଆପେ ଲୀନ ହେବା ବିଧି
ବ୍ରହ୍ମ ମଧ୍ୟେ ସର୍ବୋପରି




 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics