ପ୍ରତିଭା
ପ୍ରତିଭା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ପ୍ରତିଭା ଧରି କେ ଜନମି ନ ଥାଏ ଆଗ୍ରହରୁ ହୁଏ ସୃଷ୍ଟି,
ପ୍ରତିଭାବାନ ବି ହୋଇପାରେ ଜଣେ ଥାଏ ଯଦି ଦୂରଦୃଷ୍ଟି |
ଆଗ୍ରହ ସହିତ ସୁଯୋଗ ସୁବିଧା ପରିବେଶ ସହଯୋଗ,
ଲୋଡ଼ାହୁଏ ପୁଣି କରିବାକୁ ହୁଏ ସମୟକୁ ବିନିଯୋଗ |
ଡାକ୍ତରଙ୍କ ପୁଅ ଜନମରୁ ଦେଖେ ଔଷଧ ରୋଗୀ ଚିକିତ୍ସା,
ଯନ୍ତ୍ରୀଙ୍କର ପୁଅ ଦେଖୁଛି ଶୁଣୁଛି ବାପାଙ୍କ କାର୍ଯ୍ୟ ବ୍ୟବସ୍ଥା |
ଚାଷୀପୁଅ ବୁଝେ ଚାଷ ଲାଭ-କ୍ଷତି ଫସଲ ଅମଳ କଥା,
ବେପାରୀ ପିଲାଟି ଜାଣେ ବ୍ୟବସାୟ କରେ ଧନବୃଦ୍ଧି ଚିନ୍ତା |
ରାଜନୀତିଵାଲା ପୁଅ ବୁଝେ ସିନା କ୍ଷମତା ପାଇବା କଳା,
ଶିକ୍ଷକ ପିଲାଟି ପାଠ ପଢିବାରେ କରେନାହିଁ କେବେ ଢିଲା |
ଚତୁର ଆଗ୍ରହୀ ପିଲାଟି ଦେଖିବ ସମାଜର ଗତି-ବିଧି,
କୁଳବୃତ୍ତି କ୍ଷତି ବୁଝିଗଲେ ସିଏ ଲଗାଏ ନିଜର ବୁଦ୍ଧି |
ଚିନ୍ତା କରୁକରୁ ଜ୍ଞାନ ବୃଦ୍ଧିହୁଏ ଉପାୟ ସେ ଖୋଜିବୁଲେ,
କୁଳବୃତ୍ତି ଛାଡ଼ି ବାପାଙ୍କଠାରୁ ସେ ଉପରକୁ ଉଠିଚାଲେ |
ସେତେବେଳେ ଆମେ ସଭିଏଁ କହୁଛୁ ପ୍ରତିଭାବାନ ସେ ପିଲା,
ସବୁ ଶିଶୁଠାରେ ପ୍ରତିଭା ଲୁଚିଛି ଖୋଜି ପାରିଲେ ହିଁ ହେଲା |